ଇମ୍ୟୁନିଟି ପାୱାର ବଢ଼ାଏ ଏହିସବୁ ଜୁସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 6, 2020

ଇମ୍ୟୁନିଟି ପାୱାର ବଢ଼ାଏ ଏହିସବୁ ଜୁସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଗୋଟିଏ ଉପାୟ ହେଉଛି ଶରୀରର ରୋଗ ପ୍ରତିରୋଧ ଶକ୍ତି ବା ଇମ୍ୟୁନିଟି ପାୱାରକୁ ବୃଦ୍ଧି କରିବା। ରୋଗ ସହିତ ଲଢ଼ିବା ପାଇଁ ଏହି ଇମ୍ୟୁନିଟି ପାୱାର ଆପଣଙ୍କୁ ସାହାଯ୍ୟ କରିଥାଏ। ତେବେ ଖାଦ୍ୟ ସହିତ ପ୍ରାକୃତିକ ଉପାୟରେ ଇମ୍ୟୁନିଟି ପାୱାର ବଢ଼ାଇବା ପାଇଁ ଆପଣ ଘରେ ରହି କିଛି ଜୁସ୍‌ ପିଇବା ଅଭ୍ୟାସ କରନ୍ତୁ। ଏଠାରେ ଆମେ ଆପଣଙ୍କୁ ତିନୋଟି ଜୁସ୍‌ ବିଷୟରେ କହିବୁ, ଯାହାକୁ ପିଇଲେ ଆପଣଙ୍କ ଇମ୍ୟୁନୋ ସିଷ୍ଟମ ମଜବୁତ ରହିଥାଏ। ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ କ’ଣ..

୧. ଅରେଞ୍ଜ ଜୁସ୍‌

ଅରେଞ୍ଜ ବା କମଳାରେ ଭିଟାମିନ୍‌ ସି ରହିଛି। ପ୍ରତିଦିନ ଏହାର ଜୁସ୍‌ ପିଇଲେ ଶରୀରକୁ ପ୍ରଚୁର ମାତ୍ରା ଭିଟାମିନ୍‌ ସି ମିଳିଥାଏ। ଭିଟାମିନ୍‌ ସି ଶରୀରରେ ଇମ୍ୟୁନିଟି ପାୱାର ବଢ଼ାଇବା ପାଇଁ ସାହାଯ୍ୟ କରିଥାଏ। ଏଥିପାଇଁ ପ୍ରତିଦିନ ସକାଳ ଜଳଖିଆରେ ଅରେଞ୍ଜ ଜୁସ୍‌ ପିଇବା ଅଭ୍ୟାସ କରନ୍ତୁ। ଏହା ପରିବର୍ତ୍ତେ ଆପଣ ଟମାଟୋ ଜୁସ୍‌ ମଧ୍ୟ ପିଇପାରିବେ।

୨. କଦଳୀ, ବ୍ରୋକୋଲି ଓ ପାଳଙ୍ଗ ଜୁସ୍‌

କଦଳୀ, ବ୍ରୋକୋଲି ଓ ପାଳଙ୍ଗ ଏହି ତିନୋଟିରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ସି ରହିଛି। ଆହୁରି ମଧ୍ୟ ଏଥିରେ ଭିଟାମିନ୍‌ ଏ, କ୍ୟାଲସିୟମ୍‌, କପର, ପୋଟାସିୟମ୍‌ ଓ ମ୍ୟାଗ୍ନେସିୟମ୍‌ ରହିଛି। ଆପଣ ଚାହିଁଲେ କଦଳୀ, ବ୍ରୋକୋଲି ଓ ପାଳଙ୍ଗ ଅଲଗା ଅଲଗା କରି କିମ୍ୱା ଏକାଠି ଜୁସ୍ କରି ପିଇପାରିବେ। ଏହି ଜୁସ୍‌ ସଂକ୍ରାମକ ରୋଗଠାରୁ ଆପଣଙ୍କୁ ରକ୍ଷା କରିବା ସହିତ ଶରୀରରେ ଇମ୍ୟୁନିଟି ପାୱାର ବଢ଼ାଇଥାଏ।

୩. ଲେମ୍ୱୁ ଓ ଅଦା ଜୁସ୍‌

ଲେମ୍ୱୁରେ ସବୁଠାରୁ ଅଧିକ ଭିଟାମିନ୍‌ ସି ରହିଛି। ସେହିପରି ଅଦାରେ ଆଣ୍ଟି-ଅକ୍ସିଡାଣ୍ଟ ସହିତ ଆଣ୍ଟି –ଇନ୍‌ଫ୍ଲାମେଣ୍ଟାରୀ ଗୁଣ ରହିଛି। ଏଥିପାଇଁ ଆପଣ ଚାହିଁଲେ ଦିନକୁ ଦୁଇଥର ନାଲି ଚାହାରେ ଲେମ୍ୱୁ ଓ ଅଦା ରସ ମିଶାଇ ପିଇପାରିବେ। ଲେମ୍ୱୁ ଓ ଅଦା ଜୁସ୍‌ ଆପଣଙ୍କ ଇମ୍ୟୁନିଟି ପାୱାରକୁ ବୃଦ୍ଧି କରିଥାଏ।

The post ଇମ୍ୟୁନିଟି ପାୱାର ବଢ଼ାଏ ଏହିସବୁ ଜୁସ୍‌ appeared first on Odisha Reporter.



from Odisha Reporter https://ift.tt/31pM6Nl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages