ଡିଭାଇଡର୍‌ରେ ପିଟି ହୋଇ ଓଲଟି ପଡ଼ିଲା କାର୍‌, ନାବାଳକର ମୁଣ୍ଡ କଟି ବାହାରେ ପଡ଼ିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 30, 2020

ଡିଭାଇଡର୍‌ରେ ପିଟି ହୋଇ ଓଲଟି ପଡ଼ିଲା କାର୍‌, ନାବାଳକର ମୁଣ୍ଡ କଟି ବାହାରେ ପଡ଼ିଲା

ନୂଆଦିଲ୍ଲୀ: ଦ୍ରୁତଗତିରେ ଯାଉଥିବା ଏକ କାର୍‌ ଡିଭାଇଡର୍‌ରେ ପିଟି ହେବା ପରେ ଚାରି ପାଞ୍ଚ ଥର ପଲଟି ଥିଲା ଓ ଏହା ପରେ ତା’ ଭିତରୁ ଏକ ବାଳକର କଟା ମୁଣ୍ଡ ଆସି ବାହାରେ ପଡ଼ିଥିଲା। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ରାଜଧାନୀ ନୂଆଦିଲ୍ଲୀର ଦ୍ୱାରକା ଅଞ୍ଚଳରେ।

ମୃତ ଶିଶୁର ନାଁ ମୟଙ୍କ। ତାଙ୍କୁ ୧୧ ବର୍ଷ ହୋଇଥିଲା। ତାଙ୍କ ବାପା ଓ ୨ ବର୍ଷର ଭଉଣୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବ୍ୟବଚ୍ଛେଦ ପରେ ମୟଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି। ଦ୍ରୁତଗତି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଗୁରୁବାର ବିଳମ୍ବିତ ରାତିରେ ଦ୍ୱାରକାର ସେକ୍ଟର-୨୨ର ଶୁଭମ୍‌ ଆପାର୍ଟମେଣ୍ଟ ପାଖରେ ଏହି ଦୁର୍ଘଟଣା ଘଟିଥିଲା। ମୟଙ୍କଙ୍କ ପରିବାର ନୂଆଦିଲ୍ଲୀର ପୋଚନପୁର ଅଞ୍ଚଳରେ ରହନ୍ତି। ସେଦିନ ମୟଙ୍କ ତାଙ୍କ ବାପା,ମା ଓ ଭଉଣୀ ସହିତ କୌଣସି ସଂପର୍କୀୟଙ୍କ ଘରକୁ ଯାଇ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ। ମୟଙ୍କ ଫ୍ରଣ୍ଟ ସିଟ୍‌ରେ ବସିଥିଲେ ଓ ଏହା ପାଖ ଗ୍ଲାସ୍‌ ଖୋଲା ଥିଲା।

The post ଡିଭାଇଡର୍‌ରେ ପିଟି ହୋଇ ଓଲଟି ପଡ଼ିଲା କାର୍‌, ନାବାଳକର ମୁଣ୍ଡ କଟି ବାହାରେ ପଡ଼ିଲା appeared first on Odisha Reporter.



from Odisha Reporter https://ift.tt/34QBNFo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages