ଅନୁଗୋଳ (ବିରଜା ଦାଶ): ଅନୁଗୋଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ଓରୋଡ଼ା ଗାଁ ନାଳରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ପରିଚୟ ଜଣାପଡ଼ି ନାହିଁ।
ଆଜି ସକାଳେ ଯୁବତୀଙ୍କ ମୃତଦେହ ଓରୋଡ଼ା ନାଳରେ ଭାସୁଥିବା ନେଇ ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ସେମାନେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନାଳ ଭିତରୁ ମୃତଦେହ ଉଦ୍ଧାର କରିଥିଲା।
ଯୁବତୀଙ୍କ ବେକରେ କଟା ଦାଗ ରହିଛି। ତେଣୁ ଯୁବତୀଙ୍କୁ ହତ୍ୟା କରାଯାଇଥିବା ନେଇ ପୁଲିସ୍ ସନ୍ଦେହ କରୁଛି। ଏଥିସହ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
The post ନାଳରୁ ଯୁବତୀଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ appeared first on Odisha Reporter.
from Odisha Reporter https://ift.tt/31Iv6Dy
No comments:
Post a Comment