ଦାଣ୍ଡ ଦୁଆରୁ ଲୁଟିନେଲେ ବୋଲେରୋ, ସିସିଟିଭିରେ କଏଦ ହୋଇଗଲା ଦୃଶ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 30, 2020

ଦାଣ୍ଡ ଦୁଆରୁ ଲୁଟିନେଲେ ବୋଲେରୋ, ସିସିଟିଭିରେ କଏଦ ହୋଇଗଲା ଦୃଶ୍ୟ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଅନ୍ଧାର ରାତିର ସୁଯୋଗ ନେଇ ଲୁଟି ନେଲେ ବୋଲେରୋ। ପ୍ରାୟ ୪ ଯୁବକ ଆସି ଏପରି କାଣ୍ଡ ଘଟାଇ ଚୁପଚାପ ପଳାଇଥିବା ବେଳେ ସିସି ଟିଭିରେ କିନ୍ତୁ କଏଦ ହୋଇଯାଇଛି ଚୋରି ହେବାର ସମ୍ପୂର୍ଣ ଦୃଶ୍ୟ । ଏ ଦୃଶ୍ୟ ହେଉଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଗୋପବନ୍ଧୁ ନଗରର।

ଗୋପବନ୍ଧୁ ନଗର ଗାଁର ଅନ୍ତର୍ଯ୍ୟାମୀ ପଟ୍ଟନାୟକ ସବୁ ଦିନ ପରି ଗତକାଲି ରାତିରେ ମଧ୍ୟ ନିଜ ବୋଲେରୋକୁ ଦାଣ୍ଡ ଦୁଆରେ ରଖିଥିଲେ। ତେବେ ବିଳମ୍ବିତ ରାତିରେ ପ୍ରାୟ ୫ ଲୁଟେରେ ୨ଟି ବାଇକ୍‌ରେ ସେଠାରେ ପହଞ୍ଚିଥିଲେ। କିଛି ସମୟ ଚତୁଃପାର୍ଶ୍ୱକୁ ଅନାଇବା ପରେ  ଅନାୟସରେ ନକଲି ଚାବିରେ ଗାଡି ଷ୍ଟାର୍ଟ କରିଥିଲେ। ଏହାପରେ କେବଳ ଜଣେ ଲୁଟେରେ ଗାଡ଼ିକୁ ୧୬ ନମ୍ବର ଜାତୀୟ ରାଜପଥ ଆଡକୁ ଦ୍ରୁତ ଗତିରେ ନେଇ ପଳାଇଥିଲେ । ଏହାପରେ ୨ଟି ବାଇକ୍‌ରେ ୪ ଜଣ ତାଙ୍କ ପିଛା କରି ପଳାଇଥିଲେ।

ଆଜି ସକାଳେ ଅନ୍ତର୍ଯ୍ୟାମୀ ଦାଣ୍ଡ ଦୁଆରେ ବୋଲେରୋ ନ ଥିବା ଦେଖି ଚାରିଆଡେ ଖୋଜାଖୋଜି କରିଥିଲେ। ଏହାପରେ ସିସିଟିଭି ଫୁଟେଜରେ ଲୁଟ୍‌ ହୋଇଥିବା ଦେଖି ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

The post ଦାଣ୍ଡ ଦୁଆରୁ ଲୁଟିନେଲେ ବୋଲେରୋ, ସିସିଟିଭିରେ କଏଦ ହୋଇଗଲା ଦୃଶ୍ୟ appeared first on Odisha Reporter.



from Odisha Reporter https://ift.tt/31JzQbX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages