ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଉ ୧୦ ମୃତ୍ୟୁ ସହିତ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୧୯୭ରେ ପହଞ୍ଚିଛି। ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଗଞ୍ଜାମ ଜିଲ୍ଲାରେ। ଏଠାରେ କରୋନା ମୃତ୍ୟୁ ସଂଖ୍ୟା ଶହେ ଟିପିଛି। ଆଜି ଜିଲ୍ଲାରେ କରୋନ ମୃତ୍ୟୁ ସଂଖ୍ୟା ୧୦୩ରେ ପହଞ୍ଚି ଯାଇଛି।
ଗଞ୍ଜାମ ତଳକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଏଠାରେ ଆଉ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୨୮ରେ ପହଞ୍ଚିଛି। କଟକ ଓ ଗଜପତି ଜିଲ୍ଲାରେ ମଧ୍ୟ ମୃତ୍ୟୁ ସଂଖ୍ୟା ୧୧ ଛୁଇଁଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ କରୋନା ମୃତକଙ୍କ ସଂଖ୍ୟା ୧୦ରେ ପହଞ୍ଚି ଯାଇଛି। ରାୟଗଡ଼ା ଜିଲ୍ଲାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ନୟାଗଡ଼, ପୁରୀ ଓ ବାଲେଶ୍ୱର ଜିଲ୍ଲାରେ ୩ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି।
ସେହିପରି କନ୍ଧମାଳ, ଅନୁଗୋଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ମାଲକାନଗିରି ଓ ଜଗତସିଂହପୁର ଜିଲ୍ଲାରେ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ଝାରସୁଗୁଡ଼ା, ସମ୍ୱଲପୁର, ବରଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪, ୯୧୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୧,୨୭୩ ଜଣ ସୁସ୍ଥ ହୋଇ ସାରିଲେଣି। ୧୩,୪୦୪ ଜଣ ଚିକିତ୍ସାଧୀନ ରହିଛନ୍ତି।
The post ଗଞ୍ଜାମରେ ୧୦୦ ଟପିଲା କରୋନା ମୃତ୍ୟୁ; ଆଉ କେଉଁ ଜିଲ୍ଲାରେ କେତେ, ଜାଣନ୍ତୁ appeared first on Odisha Reporter.
from Odisha Reporter https://ift.tt/2Pdz5Rk
No comments:
Post a Comment