କରୋନା ଲକଡାଉନରେ ପପୁ ବେଶି ଘରୁ ବାହାରି ପାରୁନଥିଲା। ତେଣୁ ସାଙ୍ଗମାନଙ୍କ ସାଙ୍ଗେ କମ୍ ଦେଖାହୁଏ। ଦିନେ ବଜାରକୁ ପରିବା କିଣି ଯାଇଥିବା ବେଳେ ପୁରୁଣା ସାଙ୍ଗ ଦିପୁ ସହ ପପୁର ଦେଖା ହେଲା। ଏତେ ଦିନ ପରେ ଦେଖା ହେବା ପରେ ଦିପୁ ତା’ର ଦୁଃଖ କାହାଣୀ ପପୁକୁ ଜଣାଇଣା। ଦୁଇବନ୍ଧୁ ବଜାର ପାଖ ଦୋକାନରେ ପରିବା ବ୍ୟାଗ୍ ଥୋଇ ଏକାଠି ବସିଲେ। ଏଥର ପପୁ ଦିପୁକୁ ପଚାରିଲା, କହ ଦିପୁ ତୋର କ’ଣ ଅସୁବିଧା ହୋଇଛି ?
ଦିପୁ : ମୋ ସ୍ତ୍ରୀ ମୋ ଉପରେ ସବୁବେଳେ ରାଗୁଛି, ପ୍ରତି କଥାରେ ଝଗଡ଼ା କରୁଛି।
ପପୁ : ଆରେ କହନାରେ ଭାଇ ମୋ ସ୍ତ୍ରୀ ବି ଏମିତି ହେଉଥିଲା।
ଦିପୁ : ତା’ମାନେ ଏବେ ଆଉ ହେଉନାହାନ୍ତି। ସାଙ୍ଗ ମୋତେ ବି କହ ଭାଉଜଙ୍କୁ କ’ଣ କହି ଚୁପ୍ କରାଇଲୁ ?
ପପୁ : ଆରେ କିଛି ବଡ଼ କାମ କରିନି ମ, ସେ ଯେବେ ମୋ ଉପରେ ରାଗେ କି ଝଗଡ଼ କରେ, ମୁଁ ସେତେବେଳେ କୁହେ, ବୟସ ବଢ଼ିଲେ ଏମିତି ହେବା ସ୍ୱାଭାବିକ କଥା। ବାସ୍ ତା’ପରଠାରୁ ମୋ ସ୍ତ୍ରୀ ଚୁପ୍ ରହିଛି। ମୋ ସଂସାର ଭଲ ଚାଲିଛି। ତୁ ବି ଏ ଉପାୟଟା ଟ୍ରାଏ କରି ଦେଖେ, ଭଲ ହେବ!!
The post ସ୍ତ୍ରୀକୁ ଚୁପ୍ କରାଇବାର ସହଜ ଉପାୟ ଦେଲା ପପୁ appeared first on Odisha Reporter.
from Odisha Reporter https://ift.tt/3gmCFEO
No comments:
Post a Comment