ମୁମ୍ବାଇ: ଅଭିନେତା ଅନୁପମ ଶ୍ୟାମଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲ୍ରେ ଆଇସିୟୁରେ ରଖାଯାଇଛି। ତେବେ ତାଙ୍କ ଚିକିତ୍ସାରେ ବାଧକ ସାଜିଛି ଅର୍ଥ। ଏଥିପାଇଁ କିଛିଦିନ ତଳେ ତାଙ୍କ ପରିବାର ଲୋକେ ଫିଲ୍ମ ଓ ଟେଲିଭିଜନ ଇଣ୍ଡଷ୍ଟ୍ରୀରେ ଥିବା ଅନୁପମଙ୍କ ସାଙ୍ଗସାଥୀମାନଙ୍କୁ ଆର୍ଥିକ ସହାୟତା ମାଗିଥିଲେ। ତେବେ ବର୍ତ୍ତମାନ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି।
ସୂଚନା ଅନୁଯାୟୀ, ଯୋଗୀ ଆଦିତ୍ୟନାଥ ତାଙ୍କ ଅଧିକାରୀମାନଙ୍କୁ ଅନୁପମଙ୍କୁ ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସେ ଅଭିନେତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ମଧ୍ୟ ପ୍ରାର୍ଥନା କରିଛନ୍ତି।
ବଲିଉଡ ଅଭିନେତା ସୋନୁ ସୁଦ୍ ଓ ମନୋଜ ବାଜପେୟୀ ମଧ୍ୟ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। କୁହାଯାଉଛି ଯେ ମନୋଜ ଚିକିତ୍ସା ପାଇଁ ୧ ଲକ୍ଷ ଟଙ୍କା ଦେଇଛନ୍ତି। ମନୋଜ ବାଜପେୟୀଙ୍କ ସହିତ ଅନୁପମ ‘ସତ୍ୟା’ ଫିଲ୍ମରେ ଅଭିନୟ କରିଥିଲେ।
ଅନୁପମ ଉଭୟ ଫିଲ୍ମ ଓ ଟିଭି ସିରିଏଲ୍ରେ ଅଭିନୟ କରିଛନ୍ତି। ଲୋକପ୍ରିୟ ଧାରାବାହିକ ‘ମନ୍ କୀ ଆୱାଜ୍ ପ୍ରତିଜ୍ଞା’ରେ ଠାକୁର ସଜ୍ଜନ ସିଂହ ଚରିତ୍ରରେ ଅଭିନୟ କରି ସେ ବହୁ ପ୍ରଶଂସା ସାଉଁଟିଥିଲେ। ଏହାପରେ ସେ ‘ଅମରାବତୀ କି କଥାୟେଁ’, ‘ହମ୍ ନେ ଲି ହୈ ଶପଥ୍’, ‘କ୍ୟୁଁକି ଜୀନା ଇସି କା ନାମ୍ ହୈ’ ଓ ‘ଡୋଲି ଅର୍ମାନୋ କି’ ଭଳି ସୁରିଏଲ୍ରେ କାମ କରିଛନ୍ତି। ଏସବୁ ବ୍ୟାତୀତ ସେ ‘ଦସ୍ତକ’, ‘ଦୁଶ୍ମନ୍’, ‘କଚ୍ଚେ ଧାଗେ’, ‘ପାପ୍’, ‘ଜଖମ୍’, ‘ଗୋଲ୍ମାଲ୍’, ‘ହଲ୍ଲା ବୋଲ୍’, ‘ହଜାରୋଁ ଖ୍ୱାୟିଶେଁ ଐସି’, ‘ଲଗାନ୍’, ‘ପରଜାନିଆ’ ଓ ‘ୱାଣ୍ଟେଡ୍’ ଭଳି ଫିଲ୍ମରେ ମଧ୍ୟ କାମ କରିଛନ୍ତି।
The post ଅନୁପମଙ୍କ ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢ଼ାଇଲେ ଯୋଗୀ appeared first on Odisha Reporter.
from Odisha Reporter https://ift.tt/2PdjKjQ
No comments:
Post a Comment