ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଥିୟା ଶେଟ୍ଟୀ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ ସେ ଏକ ସୁଇମ୍ସୁଟ୍ ପିନ୍ଧିଛନ୍ତି। ତେବେ ଏହାକୁ ନେଇ ଯେତିକି ଚର୍ଚ୍ଚା ହେଉ ନାହିଁ, ତା’ଠାରୁ ଅଧିକ ଚର୍ଚ୍ଚା ହେଉଛି ତାଙ୍କ ଫଟୋ ଉପରେ କ୍ରିକେଟର କେ.ଏଲ୍ ରାହୁଲ ଦେଇଥିବା ପ୍ରତିକ୍ରିୟା।
କେ.ଏଲ୍. ରାହୁଲ ଏକ ହର୍ଟର ଇମୋଜି ପୋଷ୍ଟ କରିବା ସହିତ ‘ଜେଫା’ (jefa) ବୋଲି ଲେଖିଛନ୍ତି। ଅନେକ ତାଙ୍କର ଏହି କମେଣ୍ଟକୁ ବୁଝି ପାରିନାହାନ୍ତି। କିନ୍ତୁ କିଛି ଇନ୍ଷ୍ଟାଗ୍ରାମ୍ ବ୍ୟବହାରକାରୀ କହିଛନ୍ତି ଯେ ସ୍ପାନିସରେ jefaର ଅର୍ଥ ‘ବସ୍’। ସେହିଭଳି ରାହୁଲଙ୍କ ଆହୁରି ଅନେକ ଫ୍ୟାନ୍ ତାଙ୍କ କମେଣ୍ଟ ଉପରେ ପ୍ରତିକ୍ରିୟା ଦେଇ ହର୍ଟ ଓ ଥମ୍ବସ୍ ଅପ୍ର ଇମୋଜି ପୋଷ୍ଟ କରିଛନ୍ତି।
ଆଥିୟା ଶେଟ୍ଟୀ ଓ କେ.ଏଲ୍ ରାହୁଲ ପରସ୍ପରଙ୍କୁ ଡେଟ୍ କରୁଥିବା କୁହାଯାଉଛି। ତେବେ ଉଭୟ ଏ ନେଇ କେବେ କିଛି କହି ନାହାନ୍ତି। ତେବେ ସେମାନଙ୍କର ସୋଶାଲ୍ ମିଡିଆ କଥୋପକଥନ ସବୁବେଳେ ଭାଇରାଲ ହୋଇଥାଏ।
ଏପ୍ରିଲ ମାସରେ କେ.ଏଲ୍ ରାହୁଲଙ୍କ ଜନ୍ମଦିନ ଥିଲା। ଏହି ଅବସରରେ ଆଥିୟା ଇନ୍ଷ୍ଟାଗ୍ରାମରେ ତାଙ୍କୁ ଶୁଭେଚ୍ଛା ଜଣାଇ ଏକ ପୋଷ୍ଟ କରିଥିଲେ। ଏଥିରେ ସେ ‘my person’ ଲେଖିଥିଲେ।
ସେହିଭଳି କେ.ଏଲ୍ ରାହୁଲ ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ତାଙ୍କ ସହିତ ଆଥିୟା ଥିଲେ। ଏଥିରେ ସେ ‘ହେରା ଫେରି‘ ଫିଲ୍ମର ଏକ ସଂଳାପକୁ କ୍ୟାପସନ୍ ଭାବେ ଲେଖିଥିଲେ। ସେ ଲେଖିଥିଲେ, “Hello, devi prasad….?”
ସୂଚନାଯୋଗ୍ୟ, ‘ହେରା ଫେରି’ରେ ଆଥିୟାଙ୍କ ବାପା ସୁନୀଲ ଶେଟ୍ଟୀ ଥିଲେ।
The post ଆଥିୟାଙ୍କ ଫଟୋ ଓ ରାହୁଲଙ୍କ କମେଣ୍ଟକୁ ନେଇ ଚର୍ଚ୍ଚା appeared first on Odisha Reporter.
from Odisha Reporter https://ift.tt/3l36OLW
No comments:
Post a Comment