ରାଜ୍ୟରେ ଚିହ୍ନଟ ହେଲେ ୨୮୯୮ କରୋନା ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 19, 2020

ରାଜ୍ୟରେ ଚିହ୍ନଟ ହେଲେ ୨୮୯୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩୦ଟି  ଜିଲ୍ଲାରୁ ୨୮୯୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୭୯୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୧୦୬ ଟି ହେଉଛି ଲୋକାଲ୍ କେସ୍‌।

ଏହି ୨୮୯୮ ଜଣଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୫୨୪ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୪୧, ନୟାଗଡ଼ରୁ ୨୩୨, ବଲାଙ୍ଗିରରୁ ୧୭୩, ବାଲେଶ୍ୱରରୁ ୧୪୦, କୋରାପୁଟରୁ ୧୩୨, ରାୟଗଡ଼ାରୁ ୧୦୫ ଓ ସୁନ୍ଦରଗଡ଼ରୁ ୧୦୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦,୦୨୦ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୪୬,୯୩୫ ସୁସ୍ଥ ହୋଇସାରିଥିବା ବେଳେ ୨୨,୬୫୧ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮୦ରେ ପହଞ୍ଚିଯାଇଛି। ଆଉ ୫୩ ଜଣ କରୋନା ରୋଗୀ ବି ପ୍ରାଣ ହରାଇଛନ୍ତି। ତେବେ ଅନ୍ୟାନ୍ୟ କାରଣରୁ ସେମାନଙ୍କର ମୃତ୍ୟୁ ଘଟିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

The post ରାଜ୍ୟରେ ଚିହ୍ନଟ ହେଲେ ୨୮୯୮ କରୋନା ଆକ୍ରାନ୍ତ appeared first on Odisha Reporter.



from Odisha Reporter https://ift.tt/3iUgBSI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages