ମୋଦି ସରକାରଙ୍କୁ ମନମୋହନ ସିଂହଙ୍କ ‘୩ଟି ଟିପ୍ସ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 10, 2020

ମୋଦି ସରକାରଙ୍କୁ ମନମୋହନ ସିଂହଙ୍କ ‘୩ଟି ଟିପ୍ସ’

ନୂଆଦିଲ୍ଲୀ: କରୋନା ଭୂତାଣୁ ମହାମାରୀ ସାରା ବିଶ୍ୱକୁ ହନ୍ତସନ୍ତ କରି ରଖିଛି। କରୋନା ଦାଉରୁ ଭାରତ ବି ବାଦ୍ ଯାଇନାହିଁ। ଦିନକୁ ଦିନ ଦ୍ରୁତ ଗତିରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅର୍ଥନୀତିକୁ ମଧ୍ୟ ଗଭୀର ପ୍ରଭାବିତ କରିଛି। ମହାମାରୀ ଆସିବା ପୂର୍ବରୁ ଦେଶରେ ଅଟୋମୋବାଇଲ, ଟେଲିକମ୍ ଏବଂ NBFCs ଆଦି ସେକ୍ଟର କଷ୍ଟରେ ଚାଲିଥିବା ବେଳେ ଏବେ ମହାମାରୀ ସାଧାରଣ ଲୋକଙ୍କ ରୋଜଗାର ଏବଂ ଆର୍ଥକ କ୍ଷମତାକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରିଛି। ତେବେ ସରକାର ଏଭଳି ସ୍ଥିତିର ମୁକାବିଲା କରିବା ଲାଗି ଆର୍ଥିକ ସହାୟତା ଯୋଗାଇବା ସହ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥନୀତିଜ୍ଞ ଡ. ମନମୋହନ ସିଂହ କହିଛନ୍ତି, ଦେଶର ଏଭଳି ପରିସ୍ଥିତିରେ ଆଗାମୀ କିଛି ବର୍ଷ ଯାଏ ଅର୍ଥ ବ୍ୟବସ୍ଥା ସୁଧାରିବାକୁ ସରକାରଙ୍କୁ ବଡ଼ ପଦକ୍ଷେପ ନେବାକୁ ପଡ଼ିବ।

ମନମୋହନ ସିଂହ ବିବିସି ସହ ଆଲୋଚନା କରିବା ସମୟରେ ଦେଶର ଅର୍ଥ ବ୍ୟବସ୍ଥା ଏବଂ ସରକାରଙ୍କ ପଦକ୍ଷେପକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ ବର୍ତ୍ତମାନର ମୋଦି ସରକାରଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ସରକାରଙ୍କୁ ଏଭଳି ସ୍ଥିତିରେ ତିନୋଟି ବଡ଼ ବଡ଼ ପଦକ୍ଷେପ ନେବାକୁ ପଡ଼ିବ। ସରକାରଙ୍କୁ ସର୍ବପ୍ରଥମେ ସାଧାରଣ ଜନତାଙ୍କ ଜୀବନଜୀବିକାକୁ ସୁରକ୍ଷିତ କରିବାକୁ ହେବ। ଏହାସହ ଜନତାଙ୍କୁ ପ୍ରତ୍ୟକ୍ଷ ଭାବେ ଆର୍ଥିକ ସହାୟତା ଦେଇ ସେମାନଙ୍କ ଖର୍ଚ୍ଚ କରିବାର କ୍ଷମତା ବଜାୟ ରଖିବା ଉଚିତ୍।

ଦ୍ୱିତୀୟରେ, ସରକାରୀ କ୍ରେଡିଟ୍ ଗ୍ୟାରେଣ୍ଟି କାର୍ଯ୍ୟକ୍ରମ ଜରିଆରେ ବ୍ୟବସାୟ ଏବଂ ଉଦ୍ୟୋଗ ନିମନ୍ତେ ସରକାର ପର୍ଯ୍ୟାପ୍ତ ପୁଞ୍ଜି ଉପଲବ୍ଧ କରାଇବା ଉଚିତ୍। ସେହିଭଳି ନିଜ ୩ୟ ପରାମର୍ଶରେ ଡ. ସିଂହ କହିଛନ୍ତି ଯେ, ଫାଇନାସିଆଲ୍ ସେକ୍ଟରରେ ଆନୁଷ୍ଠାନିକ ସ୍ୱାଧିନତା ଏବଂ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ସଂସ୍କାର ଆଣିବାକୁ ହେବ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କୁ ତିନୋଟି ପରାମର୍ଶ ଦେଇ କହିଛନ୍ତି।

ତେବେ ବର୍ତ୍ତମାନର ସ୍ଥିତିକୁ ଡ. ସିଂହ ଇକୋନୋମି ଡିପ୍ରେଶନ ବୋଲି ରାଜି ହୋଇ ନଥିବା ବେଳେ ଦୀର୍ଘ ସମୟ ଧରି ଏକ ଗଭୀର ଆର୍ଥିକ ସଙ୍କଟ ଆସିବା ସୁନିଶ୍ଚିତ ଥିଲା ବୋଲି କିନ୍ତୁ କହିଛନ୍ତି।

ସୂଚନା ଥାଉ କି, ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ କହିଛି ଯେ, କୋଭିଡ୍-୧୯ ସଙ୍କଟ କାଳରେ ଘରୋଇ ଅର୍ଥ ବ୍ୟବସ୍ଥା ଆହୁରି ସାଂଘାତିକ ରୂପ ନେଇପାରେ। ଗତ ସପ୍ତାହରେ ମନିଟାରୀ ପଲିସି ଘୋଷଣା କରିବା ସମୟରେ ଗଭର୍ନର ଶଶିକାନ୍ତ ଦାସ ଆଶଙ୍କା ବ୍ୟକ୍ତ କରି କହିଥିଲେ ଯେ, କୋଭିଡ୍-୧୯ ମହାମାରୀ ସଂକ୍ରମଣ ଦୀର୍ଘ ସମୟ ଯାଏ ରହିଲେ ଘରୋଇ ଅର୍ଥବ୍ୟବସ୍ଥାର ସଙ୍କଟାପନ୍ନ ସ୍ଥିତି ହୋଇପାରେ।

The post ମୋଦି ସରକାରଙ୍କୁ ମନମୋହନ ସିଂହଙ୍କ ‘୩ଟି ଟିପ୍ସ’ appeared first on Odisha Reporter.



from Odisha Reporter https://ift.tt/30KngsC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages