ଅଜଣା ବ୍ୟକ୍ତିଙ୍କ ଦେହରେ ପିପିଇ କିଟ; ଲୋକେ ଆତଙ୍କିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 10, 2020

ଅଜଣା ବ୍ୟକ୍ତିଙ୍କ ଦେହରେ ପିପିଇ କିଟ; ଲୋକେ ଆତଙ୍କିତ

ବାଲିଗୁଡ଼ା(ଅଜିତ ଦାସ): ପାଗଳ ଦେହରେ ପିପିଇ କିଟ ! ଏଭଳି ଏକ ଦୃଶ୍ୟ କନ୍ଧମାଳ ଜିଲ୍ଲାର ରାଇକିଆ ଅଞ୍ଚଳରେ ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ଅଞ୍ଚଳବାସୀ ଭୟଭୀତ ରହିଛନ୍ତି ।

କିଛି ଦିନ ଧରି  ଅଜଣା ମାନସିକ ବିକାରଗସ୍ତ ବ୍ୟକ୍ତିଜଣକ ପିପିଇ କିଟ ପିନ୍ଧି ରାଇକିଆ  ଅଞ୍ଚଳର ବିଭିନ୍ନ ଗାଁକୁ ଗାଁ ବୁଲୁଥିବା ଦେଖିବାକୁ ମିଳିଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ଦେହରେ ପିନ୍ଧିଥିବା ପିପିଇ କିଟ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି ।

ସ୍ଥାନୀୟ ଅଞ୍ଚଳରେ ଫୋପଡା ଯାଇଥିବା ପିପିଇ କିଟ ପାଇ ସେ ପିନ୍ଧିଥିବା ଅନୁମାନ କରାଯାଉଛି । କରୋନା ମହାମାରୀ ସମୟରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଏଭଳି ଅବସ୍ଥାରେ ବୁଲୁଥିବା ନେଇ ଅଞ୍ଚଳବାସୀ ଭୟଭୀତ ରହିଛନ୍ତି । ପ୍ରଶାସନ  ପକ୍ଷରୁ ତୁରନ୍ତ ବ୍ୟକ୍ତିଙ୍କ ଶରୀରରୁ ଉକ୍ ପିପିଇ କିଟ୍‌ କାଢ଼ି ପୋଡି ଦେବାକୁ ଦାବି ହୋଇଛି।

 

The post ଅଜଣା ବ୍ୟକ୍ତିଙ୍କ ଦେହରେ ପିପିଇ କିଟ; ଲୋକେ ଆତଙ୍କିତ appeared first on Odisha Reporter.



from Odisha Reporter https://ift.tt/3fDQ2iE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages