ନନ୍ଭେଜ୍ ନହେଲେ ପପୁ ପାଟିକୁ ଖାଦ୍ୟ ରୁଚେ ନାହିଁ। ସହଜେ ଆଜି ସୋମବାର। ପ୍ରୀତି ଘରକୁ ନନ୍ଭେଜ୍ ପୂରାଇ ଦେବନାହିଁ। ଆଜି ଭେଜ୍ ଖାଇବାଗୁଡ଼ା କେମିତି ଖାଇବ, ଏକଥା ଭାବି ପପୁ ଚିନ୍ତାରେ ଥିଲା। ପପୁ ଅଫିସ ବାହରିବା ପୂର୍ବରୁ ପ୍ରୀତି ତା’ ପାଖରେ ଖାଇବା ବାଢ଼ିଦେଲା। ଭେଜ୍ ଖାଇବା ଦେଖି ନାକ ଟେକିଲା। ହେଲେ ପ୍ରୀତିର ଡ଼ରରେ ଖାଇବା ଆରମ୍ଭ କଲା। ଅଳ୍ପ ଖାଇସାରିବା ପରେ ପପୁ ପ୍ରୀତିକୁ କହିଲା…
ପପୁ : ତରକାରୀରେ ଆଜି ଲୁଣ ପକେଇନ କି ?
ପ୍ରୀତି : କଥା କ’ଣ କି ଆଜି ତରକାରୀ ଟିକେ ଲାଗି ଯାଇଥିଲା। ପୋଡ଼ା ବାସ୍ନା ବି ହେଉଥିଲା।
ପପୁ : ସେଠୁ କ’ଣ ହେଲା.. ପୋଡ଼ିଗଲା ବୋଲି କ’ଣ ଲୁଣ ପକାଇବ ନାହିଁ।
ପ୍ରୀତି : ତୁମ ମା’ ପରା କହିଥିଲେ, ପୋଡ଼ା ଜିନିଷରେ ଲୁଣ ପକାଇବୁ ନାହିଁ। ମୁଁ କେମିତି ପକେଇବି !!!
The post ତରକାରୀରେ ଲୁଣ କମ୍ appeared first on Odisha Reporter.
from Odisha Reporter https://ift.tt/3fEucvj
No comments:
Post a Comment