ବ୍ରହ୍ମପୁର(ଜଗନ୍ନାଥ ସାହୁ): ପାର୍କ ସ୍ଥାନ ନିରୂପଣ ପାଇଁ ମୁହାଁମୁହିଁ ହୋଇଛନ୍ତି ୨ ଗୋଷ୍ଠୀ। ଏହି ସଂଘର୍ଷରେ ୧୦ ଜଣ ଆହତ ହୋଇଛନ୍ତି। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରିରେ ।
ସୂଚନା ଅନୁଯାୟୀ, ସରକାରୀ ଅନୁଦାନରେ ପଞ୍ଚାୟତ ପକ୍ଷରୁ ଏକ ପାର୍କ କରିବା ପାଇଁ ଅର୍ଥ ମଞ୍ଜୁର ହୋଇଥିବା ବେଳେ ଶିଶୁ ମନ୍ଦିର ନିକଟରେ ଥିବା ଏକ ସ୍ଥାନ ନିରୂପଣ କରାଯାଇଥିଲା । ତେବେ ଉକ୍ତ ସ୍ଥାନକୁ ଲାଗି ରହିଥିବା ସାହି ବାସିନ୍ଦା ଏହାକୁ ବିରୋଧ କରି ଆସୁଥିଲେ । ଗତକାଲି ୨ ଗୋଷ୍ଠୀ ମଧ୍ୟରେ ଏହାକୁ ନେଇ କଟାକଟି ହୋଇଥିବା ବେଳେ ତାହା କ୍ରମଶଃ ଉଗ୍ର ରୂପ ଧାରଣ କଲା।
ଏହାପରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା । ଠେଙ୍ଗା, ବାଡ଼ି ପଥର ସହ ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କଲେ। ଏଥିରେ ଦଶ ଜଣ ଆହତ ହୋଇଥିବା ବେଳେ ଖବର ପାଇ ଦିଗପହଣ୍ଡି ପୁଲିସ୍ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ଆହତମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଗାଁରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।
The post ପାର୍କ ସ୍ଥାନ ନିରୂପଣ ପାଇଁ ସଂଘର୍ଷ appeared first on Odisha Reporter.
from Odisha Reporter https://ift.tt/3l4gohM
No comments:
Post a Comment