ଜଳବିଦ୍ୟୁତ୍ ପ୍ରକଳ୍ପରେ ଅଗ୍ନିକାଣ୍ଡ; ୫ ଇଞ୍ଜିନିୟରଙ୍କ ସମେତ ୯ ଜଣ ଫସି ରହିଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 20, 2020

ଜଳବିଦ୍ୟୁତ୍ ପ୍ରକଳ୍ପରେ ଅଗ୍ନିକାଣ୍ଡ; ୫ ଇଞ୍ଜିନିୟରଙ୍କ ସମେତ ୯ ଜଣ ଫସି ରହିଛନ୍ତି

ହାଇଦ୍ରାବାଦ: ତେଲେଙ୍ଗାନାର ଏକ ଜଳବିଦ୍ୟୁତ୍ ପ୍ରକଳ୍ପରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ତା’ଭିତରେ ୯ ଜଣ ଫସି  ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଚାଲିଛି।

ଗତକାଲି ରାତିରେ ଶ୍ରୀସୈଲମ ଜଳବିଦ୍ୟୁତ୍ ପ୍ରକଳ୍ପର ପାୱାର ହାଉସ୍‌ର ଏକ ୟୁନିଟ୍‌ରେ ନିଆଁ ଲାଗିଯାଇଥିଲା। ସେତେବେଳେ ସେଠାରେ ୧୯ ଜଣ କର୍ମଚାରୀ ଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣ ସୁରକ୍ଷିତ ବାହାରି ଆସିଥିବା ବେଳେ ଆଉ ୯ ଜଣ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଡିଭିଜନ ଇଞ୍ଜିନିୟର, ଚାରି ଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଦୁଇ ଜଣ ଜୁନିୟର ପ୍ଲାଣ୍ଟ ଆଟେଣ୍ଡାଣ୍ଟ ଓ ଅନ୍ୟ ଦୁଇ ଜଣ କର୍ମଚାରୀ ଅଛନ୍ତି।

ଏହି ୟୁନିଟ୍‌ର ବିଭିନ୍ନ ସ୍ତରରେ କାମ ହୁଏ। ଯେଉଁମାନେ କଣ୍ଟ୍ରୋଲ ରୁମ୍‌ରେ ଥିଲେ, ସେମାନେ ଖସି ଆସିଥିଲେ। କିନ୍ତୁ ଯେଉଁମାନେ ତା’ତଳେ ଥିଲେ ସେମାନେ ମାତ୍ରାଧିକ ଧୂଆଁ ଯୋଗୁ ବାହାରି ପାରି ନଥିଲେ।

ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। କିନ୍ତୁ ସର୍ଟ ସର୍କିଟ୍ ଯୋଗୁ ଏହା ହୋଇଛି ବୋଲି କୁହାଯାଉଛି।


ଫସି ରହିଥିବା କର୍ମଚାରୀଙ୍କୁ ବାହାର କରିବାକୁ ଏନ୍‌ଡିଆର୍‌ଏଫ୍‌ର ଏକ ଟିମ୍ ମଧ୍ୟ ପହଞ୍ଚିଛି। ସେମାନଙ୍କୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ସହଯୋଗ କରୁଛନ୍ତି। ତେବେ ଅଗ୍ନିକାଣ୍ଡ ଯୋଗୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରି ଦିଆଯାଇଛି। ତେଣୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିବା ଜଣାପଡ଼ିଛି।

The post ଜଳବିଦ୍ୟୁତ୍ ପ୍ରକଳ୍ପରେ ଅଗ୍ନିକାଣ୍ଡ; ୫ ଇଞ୍ଜିନିୟରଙ୍କ ସମେତ ୯ ଜଣ ଫସି ରହିଛନ୍ତି appeared first on Odisha Reporter.



from Odisha Reporter https://ift.tt/3hi3Dh9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages