ରାଜ୍ୟର ୩୦ ଜିଲ୍ଲାରୁ ୨୬୯୮ କରୋନା ଆକ୍ରାନ୍ତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 20, 2020

ରାଜ୍ୟର ୩୦ ଜିଲ୍ଲାରୁ ୨୬୯୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ  ଜିଲ୍ଲାରୁ  ନୂଆ ୨୬୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୬୭୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୧୦୨୩ ଟି ହେଉଛି ଲୋକାଲ୍ କେସ୍‌।

ଗଞ୍ଜାମରେ ଏବେ ସଂକ୍ରମଣ ଗ୍ରାଫ୍ ତଳମୁହାଁ ହେଉଥିବା ବେଳେ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସ୍ଥିତି ଅସମ୍ଭାଳ ହୋ ପଡ଼ିଲାଣି।   ଆଜି ବି ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ପାର୍‌ କରି ୪୭୫ରେ ପହଞ୍ଚିଚି। ଏହା ରାଜ୍ୟରେ ସର୍ବାଧିକ ହୋଇଥିବା ବେଳେ ଏହା ପଛକୁ କଟକ ଜିଲ୍ଲାରୁ ୨୦୭  ଚିହ୍ନଟ ହୋଇଛନ୍ତି।

ଏହା ତଳକୁ ଗଞ୍ଜାମ ଜିଲ୍ଲାରୁ ୧୬୨, ରାୟଗଡ଼ାରୁ ୧୫୪, ମୟୂରଭଞ୍ଜରୁ ୧୨୮, ସୁନ୍ଦରଗଡ଼ରୁ ୧୦୩,  ନୟାଗଡ଼ରୁ ୯୪, ନବରଙ୍ଗପୁରରୁ ୯୧, କେନ୍ଦ୍ରାପଡ଼ାରୁ ୮୯, କନ୍ଧମାଳ ଜିଲ୍ଲାରୁ ୮୧,  ଯାଜପୁରରୁ ୮୦, ସମ୍ବଲପୁରରୁ ୭୮, ଝାରସୁଗୁଡ଼ାରୁ ୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨,୭୧୮ ରେ ପହଞ୍ଚିଥିବା ବେଳେ  ୪୮, ୫୭୬ ସୁସ୍ଥ  ହୋଇ ସାରିଲେଣି।   ଏବେ ରାଜ୍ୟରେ ୨୩,୬୯୯  ଆକ୍ଟିଭ କେସ୍‌  ରହିଛି।

ସୂଚନାଯୋଗ୍ୟ, ରାଜ୍ୟରେ ଗତକାଲି ଗୋଟିଏ ଦିନରେ  ସର୍ବାଧିକ କରୋନା ପରୀକ୍ଷା ହୋଇଛି। ଗତକାଲି ରାଜ୍ୟରେ ୫୬ ହଜାର ୪୭୯ କରୋନା ଟେଷ୍ଟ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

RTPCR, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ ଏହି କରୋନା ପରୀକ୍ଷା କରାଯାଇଛି । RTPCRରେ ୧୧ ହଜାର ୩୫୮, ଆଣ୍ଟିଜେନ୍‌ରେ ୪୪ ହଜାର ୯୫୦ ଏବଂ ଟ୍ରୁନଟ୍‌ରେ ୧୭୧ ଜଣଙ୍କ ଟେଷ୍ଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା  ଦିଆଯାଇଛି।

The post ରାଜ୍ୟର ୩୦ ଜିଲ୍ଲାରୁ ୨୬୯୮ କରୋନା ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/2QblY3N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages