‘ଗରାଖ ଅମାନିଆ ହେଲେ ତୁରନ୍ତ ୧୦୦କୁ କଲ୍‌ କର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 24, 2020

‘ଗରାଖ ଅମାନିଆ ହେଲେ ତୁରନ୍ତ ୧୦୦କୁ କଲ୍‌ କର’

କଟକ(ଓଡ଼ିଶା ରିପୋର୍ଟର): “ଦୋକାନ ଭିତରକୁ ଏକ ସଙ୍ଗେ ୩ ଜଣ ଗ୍ରାହକ ଯାଇପାରିବେ। ଏଥିରେ ଉଲ୍ଲଘଂନ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅଧିକ ଗ୍ରାହକ ଆସିଲେ ସେମାନଙ୍କୁ ଦୋକାନ ବାହାରେ ବସିବା ପାଇଁ ଚେୟାର ବ୍ୟବସ୍ଥା କରାଯିବା ଦରକାର। ଫଳରେ ଭିଡ଼ ହେବ ନାହିଁ କି ଦୋକାନ ସିଲ୍‌ କରିବାକୁ ପଡ଼ିବ ନାହିଁ। ଯେଉଁମାନେ ନିୟମ ପାଳିବେ ନାହିଁ, ସେ କ୍ଷେତ୍ରରେ ତୁରନ୍ତ ୧୦୦କୁ କଲ୍ କର। ” କଟକର ବିଭିନ୍ନ ବଜାର କମିଟି  ସଦସ୍ୟଙ୍କ ସହ  ଆଲୋଚନା ବେଳେ ଏପରି କହିଛନ୍ତି ପୁଲିସ୍‌ କମିଶନର ସୁଧାଶୁଂ ଷଡଙ୍ଗୀ।

ସିପିଙ୍କ କ୍ୟାମ୍ପ ଅଫିସରେ ଆୟୋଜିତ ଏହି ବୈଠକରେ କୋଭିଡ୍ ନିୟମ ପାଳନକୁ ଗୁରୁତ୍ୱ ଦେବା ନେଇ ଆଲୋଚନା ହୋଇଥିଲା। ଦୋକାନରେ କିଣାବିକା ବେଳେ ଯେପରି ଗ୍ରାହକଙ୍କ ଭିଡ଼ ହେବ ନାହିଁ ତାହାକୁ ଗୁରୁତ୍ୱ ଦେବାକୁ କୁହାଯାଇଛି ।

ଏନେଇ ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ ସିପି କହିଛନ୍ତି, ବଜାର ଅଞ୍ଚଳରେ ବ୍ୟାରିକେଟିଂ ନିମନ୍ତେ ବଜାର କମିଟିକୁ ପ୍ରସ୍ତାବ ଦିଆଯାଇଛି।  କିଛି ଅଞ୍ଚଳରେ ଅପେକ୍ଷା କରିବା ପାଇଁ ୱେଟିଂ ହଲ୍‌ କରାଯାଇ ପାରିବ। ଏହାବ୍ୟତୀତ ଟୋକନ ବ୍ୟବସ୍ଥା କରାଗଲେ ଲୋକେ ଶୃଙ୍ଖଳାରେ କିଣାକିଣି କରିପାରିବେ। ଅଧିକ ଗହଳି ହେବ ନାହିଁ।

ଏହାବ୍ୟତୀତ କେତେକ ବଜାର କମିଟି ସନ୍ଧ୍ୟା ୬ଟା ପରେ ଦୋକାନ ବନ୍ଦ କରିବାକୁ ପ୍ରସ୍ତାବ ଦେଇଥିବା ସୂଚନା ଦେଇଛନ୍ତି କମିଶନର। ସେମାନେ ନିଜ ବଜାର କମିଟି, ପୂଜା କମିଟି ସହ ପୁନଃବିଚାର କରିବାକୁ କୁହାଯାଇଛି। ସମସ୍ତେ ଏହାକୁ ନିଜ ଦାୟିତ୍ୱ ଭାବି ନିୟମ ପାଳନ କରିବା ଦରକାର। କେବଳ ପୁଲିସ୍‌ ଉପସ୍ଥିତିରେ ନିୟମ ପାଳନ ହେବ ତାହା ଯଥେଷ୍ଟ ନୁହେଁ, ପୁଲିସ୍‌ ଅନୁପସ୍ଥିତିରେ ମଧ୍ୟ ନିୟମ ପାଳନ ହେବା ଦରକାର ବୋଲି କହିଛନ୍ତି ସିପି।

ଏହାଛଡ଼ା  ସବୁ ବଜାର କମିଟି ନିଜ ଅଞ୍ଚଳରେ ଲୋକଙ୍କୁ ସଚେତନ କରିବେ। ଅଧିକ ଗାଡ଼ି ବୁଲିଲେ ଲୋକେ ଅଧିକ ସତର୍କ ରହିବେ ବୋଲି ବଜାର କମିଟି ପକ୍ଷରୁ ପୁଲିସ୍‌କୁ ପ୍ରସ୍ତାବ ଦିଆଯାଇଛି।

ସୂଚନାଯୋଗ୍ୟ, ଟ୍ୱିନ ସିଟିରେ କରୋନା କଟକଣା ପାଳନରେ ଢିଲାପଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ ପରେ ଆକ୍ସନ ମୋଡ୍‌‌‌ରେ କମିଶନରେଟ୍ ପୁଲିସ୍ । ଆଇନ୍ ଉଲ୍ଲଘଂନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ମାସ୍କ ପିନ୍ଧୁନଥିବା କି ସାମାଜିକ ଦୂରତ୍ୱ ପାଳନ କରୁନଥିବା ଲୋକଙ୍କୁ ଫାଇନ୍ ଆଦାୟ ସହ ତାଗିଦ୍ କରୁଛି କମିଶନରେଟ୍ ପୁଲିସ୍ ।

The post ‘ଗରାଖ ଅମାନିଆ ହେଲେ ତୁରନ୍ତ ୧୦୦କୁ କଲ୍‌ କର’ appeared first on Odisha Reporter.



from Odisha Reporter https://ift.tt/2FPHMjW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages