ଚୋରା ବନ୍ଧୁକ, ଗୁଳି ଡିଲ୍‌ ପାଇଁ ଆସିଥିଲେ, ଧରା ପଡ଼ିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 24, 2020

ଚୋରା ବନ୍ଧୁକ, ଗୁଳି ଡିଲ୍‌ ପାଇଁ ଆସିଥିଲେ, ଧରା ପଡ଼ିଗଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରୁ ଜବତ ହୋଇଛି ଚୋରା ବନ୍ଧୁକ, ଗୁଳି। କାର୍‌ରେ ଡିଲ୍ ପାଇଁ ଆସିଥିବା ବେଳେ ଗତକାଲି ରାତିରେ କଳ୍ପନା ଛକରୁ ଧରିଲା କ୍ରାଇମବ୍ରାଞ୍ଚ। ଏଥିରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।

ଅଭିଯୁକ୍ତଙ୍କ ନିକଟରୁ ବନ୍ଧୁକ ସହ ୫ ରାଉଣ୍ଡ ଗୁଳି,ମାରଣାସ୍ତ୍ର ଓ କାର୍‌ ଜବତ କରାଯାଇଛି। ଏହି ଡିଲରେ ସଂପୃକ୍ତ ଜଣେ ମହିଳା ସହଯୋଗୀଙ୍କୁ ମଧ୍ୟ ଅଟକ ରଖିଛି କ୍ରାଇମବ୍ରାଞ୍ଚ।

ଚୋରା ବନ୍ଧୁକ ଡିଲ୍ ନା ଏହା ପଛରେ ଆଉ କଣ ରହିଛି ସେ ନେଇ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ। ଅଟକ ମହିଳାଜଣଙ୍କ ରାଜଧାନୀର ଏକ ମଲର କର୍ମଚାରୀ ବୋଲି ଜଣାପଡିଛି। ସେପଟେ ଗିରଫ ଦୁଇ ବ୍ୟକ୍ତିଙ୍କ ପୁରୁଣା ଅପରାଧ କ’ଣ ରହିଛି ସେନେଇ ଖୋଳତା଼ଡ କରୁଛି କ୍ରାଇମବ୍ରାଞ୍ଚ।

The post ଚୋରା ବନ୍ଧୁକ, ଗୁଳି ଡିଲ୍‌ ପାଇଁ ଆସିଥିଲେ, ଧରା ପଡ଼ିଗଲେ appeared first on Odisha Reporter.



from Odisha Reporter https://ift.tt/3cwfPJS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages