ରାଜ୍ୟସଭାର ୮୩ ଅଧିକାରୀ କରୋନା ପଜିଟିଭ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 24, 2020

ରାଜ୍ୟସଭାର ୮୩ ଅଧିକାରୀ କରୋନା ପଜିଟିଭ୍

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ବେଳେ ରାଜ୍ୟସଭାର ୮୩ ସରକାରୀ ଅଧିକାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଏହି ସୂଚନା ଦେଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ଆବଶ୍ୟକ ଚିକିତ୍ସା ସହାୟତା ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉପରାଷ୍ଟ୍ରପତି। ଦେଶର ରାଜଧାନୀ ଦିଲ୍ଲୀ କରୋନା ଭାଇରସର ହଟସ୍ପଟ ରହିଛି। ଆଗାମୀ ଦିନରେ ସଂସଦରେ ଏହା ମାରାତ୍ମକ ହୋଇପାରେ ଆଶଙ୍କା କରି ରାଜ୍ୟସଭାକୁ ଆଠ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସ୍ଥଗିତ ରଖାଯାଇଛି।

୮୩ ଅଧିକାରୀ ବ୍ୟତୀତ କିଛି ମନ୍ତ୍ରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତେଣୁ ବୁଧବାର ସଦନର ଉଭୟ ଗୃହକୁ ସ୍ଥଗିତ ରଖଯାଇଛି।

ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କରୋନାକୁ ଲକ୍ଷ୍ୟ ରଖି ସରକାରଙ୍କ ତରଫରୁ ଅନେକ ପ୍ରୋଟୋକଲ କରାଯାଇଥିଲା। ସାମାଜିକ ଦୂରତା ପାଖରୁ ଆରମ୍ଭ କରି, ସଂସଦରେ ସାଂସଦଙ୍କ ଆସନ ଆଗରେ କାଚ ବ୍ୟବସ୍ଥା କରାଯାଇଥିଲା। ସତର୍କତା ସତ୍ତ୍ୱେ ସଂସଦ ଅଧିବେଶନରେ କେନ୍ଦ୍ର ମନ୍ତ୍ରୀ ନିତୀନ ଗଡକରୀ ଏବଂ ପ୍ରହ୍ଲାଦ ପଟେଲଙ୍କ ସମେତ ୩୦ ରୁ ଅଧିକ ସାଂସଦ କରୋନା ପଡିଟିଭ୍ ହୋଇଛନ୍ତି।

The post ରାଜ୍ୟସଭାର ୮୩ ଅଧିକାରୀ କରୋନା ପଜିଟିଭ୍ appeared first on Odisha Reporter.



from Odisha Reporter https://ift.tt/3mSau44

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages