ଶିବସେନା ଟାର୍ଗେଟରେ ଅକ୍ଷୟ କୁମାର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 13, 2020

ଶିବସେନା ଟାର୍ଗେଟରେ ଅକ୍ଷୟ କୁମାର୍

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ୱତଙ୍କ ପରେ ଏବେ ଶିବସେନା ଟାର୍ଗେଟରେ ଖିଲାଡ଼ୀ ଷ୍ଟାର୍ ଅକ୍ଷୟ କୁମାର। ମୁମ୍ବାଇ ସମ୍ପର୍କରେ କଙ୍ଗନାଙ୍କ ମସ୍ତବ୍ୟକୁ ନେଇ ଅକ୍ଷୟ ନୀରବ ରହିବାକୁ ସେନା ଅନୁଚିତ୍ ବୋଲି କହିଛି। ମୁଖପତ୍ର ‘ସାମନା’ରେ ଏସମ୍ପର୍କିତ ଲେଖାରେ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ମଧ୍ୟ ଶିବସେନା ପୁଣିଥରେ କଡ଼ା ସମାଲୋଚନା କରିଛି। ଏହି ଅଭିନେତ୍ରୀ ମୁମ୍ବାଇକୁ ଅପମାନିତ କରିଥିବା ଏହି ଆଲେଖ୍ୟରେ କୁହାଯାଇଛି। ଏଥିରେ କୁହାଯାଇଛି ଯେ, କଙ୍ଗନା ମୁମ୍ବାଇ ପୁଲିସକୁ ବାବର ସହିତ ତୁଳନା କରିବା ଏବଂ ତାଙ୍କୁ ଏହି ସହର ପାକିସ୍ତାନ ଅଧିକୃତ କାଶ୍ମୀର ଭଳି ଲାଗିବା କଥା କହିଥିଲେ ମଧ୍ୟ ପୂରା ବଲିଉଡର ଏ ନେଇ ନୀରବ ରହିଛି। କଙ୍ଗନାଙ୍କ ମତ ସମଗ୍ର ବଲିଉଡର ମତ ନୁହେଁ ବୋଲି ବଲିଉଡର କୌଣସି କଳାକାର ସ୍ପଷ୍ଟ କରିନାହାନ୍ତି।

ବିଶେଷ କରି ଅଭିନେତା ଅକ୍ଷୟ କୁମାରଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି ଯେ, ମୁମ୍ବାଇ ଅକ୍ଷୟ କୁମାରଙ୍କୁ ବହୁତ କିଛି ଦେଇଛି। ଏହି ସ୍ୱପ୍ନର ସହରରେ ସେ ଅପାର ସଫଳତା ପାଇଛନ୍ତି, ତଥାପି ସେ କଙ୍ଗନାଙ୍କୁ ବିରୋଧ କରି ନାହାନ୍ତି। ଯେଉଁ ସହର ତାଙ୍କୁ ସଫଳତା ଦେଇଛି, ସେହି ସହର ଅପମାନିତ ହେଉଥିବା ବେଳେ ସେମାନେ ଏହାକୁ ବିରୋଧ କରିନଥିଲେ। ବଲିଉଡର ଅତିକମରେ ଅଧା କଳାକାର ମୁମ୍ବାଇର ଅପମାନକୁ ବିରୋଧ କରିବାକୁ ଆଗେଇ ଆସିବା ଉଚିତ୍ | କଙ୍ଗନାଙ୍କ ମତ ସମଗ୍ର ଚଳଚ୍ଚିତ୍ର ଜଗତର ମତ ନୁହେଁ, ଏହା କହିବା ଉଚିତ୍। ଅନ୍ତତଃପ‌କ୍ଷେ ଅକ୍ଷୟ କୁମାରଙ୍କ ଭଳି ବଡ ଅଭିନେତାମାନେ ଏହାକୁ ବିରୋଧ କରିବାର ଥିଲା |

The post ଶିବସେନା ଟାର୍ଗେଟରେ ଅକ୍ଷୟ କୁମାର୍ appeared first on Odisha Reporter.



from Odisha Reporter https://ift.tt/3bQrEdq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages