‘ଦିଲ୍ଲୀ ଦଙ୍ଗା ତିନି ବିଜେପି ନେତାଙ୍କ ହେଟ୍ ସ୍ପୀଚ୍ ପାଇଁ ହୋଇଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 13, 2020

‘ଦିଲ୍ଲୀ ଦଙ୍ଗା ତିନି ବିଜେପି ନେତାଙ୍କ ହେଟ୍ ସ୍ପୀଚ୍ ପାଇଁ ହୋଇଛି’

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାର ସପ୍ଲିମେଣ୍ଟାରୀ ଚାର୍ଜସିଟରେ ବଡ଼ ବଡ଼ ନେତାଙ୍କ ନାଁ ସାମ୍ନାକୁ ଆସିବା ପରେ ଦିଲ୍ଲୀ ପୁଲିସ କମିଶନରଙ୍କ କାର୍ଯ୍ୟଶୈଳୀ ଉପରକୁ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଆଇପିଏସ ଅଫିସର ଏବଂ ବିଭିନ୍ନ ଦଳର ନେତା।

ଦିଲ୍ଲୀ ପୁଲିସ କମିଶନରଙ୍କ ଭୂମିକା ଉପରେ ଏନସିପି ନେତା ମାଜିଦ୍ ମେମୋନ୍ କହିଛନ୍ତି, ତିନି ବିଜେପି ନେତାଙ୍କ ହେଟ୍ ସ୍ପୀଚ ପାଇଁ ଦିଲ୍ଲୀ ଦଙ୍ଗା ହୋଇଥିଲା। ଫେବୃଆରୀ ମାସରେ ହୋଇଥିବା ଦିଲ୍ଲୀ ଦଙ୍ଗା ମାମଲାରେ ବିଜେପି ନେତା ସମ୍ପୂର୍ଣ୍ଣ ଭାବରେ ଦାୟୀ ବୋଲି ମମୋନ୍ କହିଛନ୍ତି। ଯେଉଁ ବିଜେପି ନେତାଙ୍କ ହେଟ୍ ସ୍ପୀଚ୍ ପାଇଁ ଦଙ୍ଗା ହୋଇଛି ସେମାନଙ୍କର ପୂର୍ବ ଟ୍ରାକ ରେକର୍ଡ ରହିଛି। ହେଲେ ଚାର୍ଜସିଟରେ କୌଣସି ବିଜେପି ନେତାଙ୍କ ନାଁ ସାମ୍ନାନୁ ନଆସିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ତେବେ ସେ ବିଜେପି ନେତାଙ୍କ ନାଁ ଉଲ୍ଲେଖ କରି ନାହାନ୍ତି।

ଦିଲ୍ଲୀ ଦଙ୍ଗା ମାମଲାରେ କିଛି ଲୋକଙ୍କୁ ଜାଣିଶୁଣି କୋର୍ଟ ଚାଲାଣ କରାଯିବା ଦିଲ୍ଲୀ ପୁଲିସ କମିଶନରଙ୍କ ଭୂମିକାକୁ ସନ୍ଦେହ ଘେରକୁ ଆଣିଛି ବୋଲି ମେମୋନ୍ ଟ୍ୱିଟ୍ କରି କହିଛନ୍ତି।

ଫେବୃଆରୀ ଦଙ୍ଗା ମାମଲାରେ ଦିଲ୍ଲୀ ପୁଲିସ ଦାଖଲ କରିଥିବା ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟରେ ସିପିଆଇ (ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ସ୍ୱରାଜ ଅଭିଯାନ୍ ନେତା ଯୋଗେନ୍ଦ୍ର ଯାଦବ, ଅର୍ଥନୀତିଜ୍ଞ ଜୟନ୍ତି ଘୋଷ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଅପୂର୍ବାନନ୍ଦଙ୍କ ନାମ ଆସିବା ପରେ ମେମୋନ୍ ନିଜର ମତ ରଖିଛନ୍ତି।

ଅନ୍ୟପଟେ ଦିଲ୍ଲୀ ପୁଲିସ ରବିବାର ଗଣମାଧ୍ୟମର ଖବରକୁ ଖଣ୍ଡନ କରି କହିଛି ଯେ ଉତ୍ତର-ପୂର୍ବ ଦିଲ୍ଲୀ ହିଂସା ମାମଲାରେ ଦାଖଲ ହୋଇଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଆସିଥିବା ବ୍ୟକ୍ତିବିଶେଷଙ୍କ ମାନେ ଦୋଷୀ ବୋଲି କହିବା ଠିକ୍ ନୁହେଁ। ତଦନ୍ତ ବେଳେ ଏହି ସବୁ ନାଁ ଆସିଛି। ଅଭିଯୁକ୍ତ ଦର୍ଶାଇବା ପାଇଁ ଯଥେଷ୍ଟ ପ୍ରମାଣର ଆବଶ୍ୟକତା ରହିଛି। କାହା ବୟାନରେ କେହି ଅଭିଯୁକ୍ତ ହୋଇପାରିବେ ନାହିଁ।

ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଟ୍ୱିଟ୍ କରି କହିଛନ୍ତି, “ଏହା ଅତ୍ୟାଚାରଠାରୁ ଅଧିକ ଖରାପ। ଚାର୍ଜସିଟରେ ଆସିଥିବା ବ୍ୟକ୍ତିଙ୍କ ସହିତ ମୁଁ ରହିଛି। କ୍ଷମତାରେ ଥିବା ବ୍ୟକ୍ତିଙ୍କ ଅପେକ୍ଷା ଚାର୍ଜସିଟରେ ଆସିଥିବା ବ୍ୟକ୍ତି ପ୍ରକୃତ ଦେଶଭକ୍ତ”।

ସେହିପରି ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଜୁଲିଓ ରେବେଇରୋ ଏହି ପ୍ରସଙ୍ଗରେ ଦିଲ୍ଲୀ ପୁଲିସ କମିଶନର ଏସ୍.ଏନ ଶ୍ରୀବାସ୍ତବଙ୍କୁ ଏକ ଇ-ମେଲ୍ କରିଛନ୍ତି। ଯେଉଁଥିରେ ସେ ଉତ୍ତରପୂର୍ବ ଦିଲ୍ଲୀ ଦଙ୍ଗା ମାମଲାରେ ପୁଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି।

ଯେଉଁମାନେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରୁଥିଲେ ପୁଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି ହେଲେ ହେଟ୍ ସ୍ପୀଚ୍ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ପୁଲିସ ନିରବ ରହିଛି ବୋଲି ସେ କହିଛନ୍ତି। ତେବେ ଜୁଲିଓ ରେବେଇରୋଙ୍କ ଇ-ମେଲର ସତ୍ୟତା ପୁଲିସ ଯାଞ୍ଚ କରୁଛି ବୋଲି ଦିଲ୍ଲୀ ପୁଲିସ କହିଛି।

The post ‘ଦିଲ୍ଲୀ ଦଙ୍ଗା ତିନି ବିଜେପି ନେତାଙ୍କ ହେଟ୍ ସ୍ପୀଚ୍ ପାଇଁ ହୋଇଛି’ appeared first on Odisha Reporter.



from Odisha Reporter https://ift.tt/2GNY1Oi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages