ହଙ୍ଗାମା କରି ସସ୍‌ପେଣ୍ଡ ହେଲେ ରାଜ୍ୟସଭାର ୮ ସାଂସଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 20, 2020

ହଙ୍ଗାମା କରି ସସ୍‌ପେଣ୍ଡ ହେଲେ ରାଜ୍ୟସଭାର ୮ ସାଂସଦ

ନୂଆଦିଲ୍ଲୀ: କୃଷି ବିଲ୍ ଆଲୋଚନା ବେଳେ ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟସଭାରୁ ସସ୍‌ପେଣ୍ଡ ହେଲେ ୮ ସାଂସଦ। ରାଜ୍ୟସଭାର ମତ ଲୋଡି ଅଧ୍ୟକ୍ଷ ସେମାନଙ୍କୁ ସପ୍ତାହେ ପାଇଁ ସସ୍‌ପେଣ୍ଡ କରିଛନ୍ତି।

କୃଷି ବିଲ୍ ଆଲୋଚନାରେ ହଙ୍ଗାମା କରିଥିବା ଏହି ସାଂସଦମାନେ ହେଲେ-  ଡେରିକ ଓ ବ୍ରାଏନ, ସଞ୍ଜୟ ସିଂହ, ରାଜୁ ସତାଭ, କେକେ ରଗେଶ, ରିପୁନ ବୋରା, ଡୋଲା ସେନ୍, ସୟଦ ନାଜିର ହୁସେନ, ଏ. କରିମ।

ସୂଚନାଯୋଗ୍ୟ, ଗତକାଲି ରାଜ୍ୟସଭାରେ କୃଷି ବିଲ୍ ଆଗତ ହେବା ପରେ ଟିଏମସି ସାଂସଦ ଡେରେକ ଓ’ବ୍ରାଏନ୍ ଗୃହର ଉପାଧ୍ୟକ୍ଷ ହରିବଂଶ ନାରାୟଣଙ୍କ ନିକଟକୁ ଯାଇ ସଂସଦର ରୁଲ୍‌ବୁକ୍ ଚିରି ଦେଇଥିଲେ। କେବଳ ଏତିକି ନୁହେଁ, ସେ ଉପାଧ୍ୟକ୍ଷଙ୍କ ମାଇକ୍ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ତେବେ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ମାଇକ୍ ଭାଙ୍ଗି ଦେଇଥିଲେ। ଗୃହରେ ବିରୋଧୀଙ୍କ ଏଭଳି ବିଶୃଙ୍ଖଳାକୁ ନେଇ ରାଜ୍ୟସଭା ଅଧ୍ୟକ୍ଷ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏନେଇ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ବସିଥିଲା।

ବିରୋଧୀଙ୍କ ଏପରି ଆଚରଣକୁ କଡ଼ା ସମାଲୋଚନା କରିବା ସହ କେନ୍ଦ୍ର ସରକାରଙ୍କ ଛଅ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।  ଏଥିରେ ରାଜନାଥ ସିଂହ, ପ୍ରକାଶ ଜାଭଡେକର, ପ୍ରହ୍ଲାଦ ଯୋଶୀ, ପୀୟୁଷ ଗୋୟଲ, ଥୱାର ଚାନ୍ଦ ଗେହଲୋଟ୍ ଏବଂ ମୁଖ୍‌ତାର ଅବ୍ବାସ ନକଭି ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟସଭା ସଂସଦର ଉଚ୍ଚତମ ସଦନ। ଯାହା ବି ବିରୋଧୀ କରିଛନ୍ତି, ତାହା ସଂସଦର ଗାରିମାକୁ କ୍ଷତି ପହଞ୍ଚାଇଛି ବୋଲି କହିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏଥିସହ  ଉପାଧ୍ୟକ୍ଷ ହରିବଂଶ ନାରାୟଣଙ୍କୁ ଚେୟାର ନିକଟକୁ ବିରୋଧୀ ସାଂସଦ ଚଢ଼ିଯିବା, ମାଇକ ଭାଙ୍ଗିବା, ରୁଲ୍ ବୁକ ଚିରି ଦେବା ଖୁବ୍‌ ନିନ୍ଦନୀୟ ବୋଲି ସେ କହିଥିଲେ।

ଯଦି ବିରୋଧୀଙ୍କ ହିସାବରେ ଉପାଧ୍ୟକ୍ଷ ଅଣଦେଖା କରିଛନ୍ତି,  ତେବେ ଏଥିନିମନ୍ତେ ମାଇକ ଭାଙ୍ଗିବା ଏବଂ ରୁଲ୍ ବୁକ୍‌ ଚିରିବା ଆବଶ୍ୟକ ଥିଲା କି ବୋଲି ପ୍ରଶ୍ନ କରିଥିଲେ ରାଜନାଥ ।ଯେଉଁ ସରକାର ଚାଷୀଙ୍କ ଭୋଟ୍ ପାଇ ସରକାର ଗଢ଼ିଛନ୍ତି, ସେମାନଙ୍କ ବିରୋଧରେ କେମିତି ବିଲ୍ ଆଣିବେ? ବିରୋଧୀ କେବଳ ଲୋକଙ୍କୁ ଭ୍ରମିତ କରିବା ପାଇଁ ଏଭଳି କରୁଛନ୍ତି ବୋଲି ରାଜନାଥ କହିଥିଲେ।

ଅପରପକ୍ଷେ, ଗତକାଲିର ଘଟଣା ପରେ ଗୃହ ପରିଚାଳନା କରୁଥିବା ଉପାଧ୍ୟକ୍ଷ ହରିବଂଶଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି ବିରୋଧୀ ।  ଏହି ଦିନ ଇତିହାସରେ ‘କଳା ଦିନ’ ଭାବରେ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ କଂଗ୍ରେସ ସାଂସଦ ଅହମ୍ମଦ ପଟେଲ । ଗଣତନ୍ତ୍ର ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ହତ୍ୟା କରି ଏହି ବିଲ୍ ପାରିତ କରାଯାଇଛି। ୧୨ଟି ବିରୋଧୀ ଦଳ ରାଜ୍ୟସଭା ଉପାଧ୍ୟକ୍ଷଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିଛନ୍ତି। ଉପାଧ୍ୟକ୍ଷ ଗଣତାନ୍ତ୍ରିକ ପରମ୍ପରାକୁ ସୁରକ୍ଷା ଦେବା ଉଚିତ୍ ବୋଲି ସେ କହିଛନ୍ତି।

The post ହଙ୍ଗାମା କରି ସସ୍‌ପେଣ୍ଡ ହେଲେ ରାଜ୍ୟସଭାର ୮ ସାଂସଦ appeared first on Odisha Reporter.



from Odisha Reporter https://ift.tt/3mxOafY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages