ଡକାୟତଙ୍କ ଭୁଜାଲି ଚୋଟରେ ଦମ୍ପତି ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 20, 2020

ଡକାୟତଙ୍କ ଭୁଜାଲି ଚୋଟରେ ଦମ୍ପତି ଗୁରୁତର

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ):  କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କୁସୁନପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ୨ଟି ଘରୁ ଡକାୟତି ହୋଇଥିବା ବେଳେ ଡକାୟତଙ୍କ ଭୁଜାଲି ଚୋଟରେ ଏକ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ କାହ୍ନୁଚରଣ ନାୟକ ଓ ତାଙ୍କ ପତ୍ନୀ। କାହ୍ନୁଚରଣଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ତାଙ୍କ ପତ୍ନୀ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି।

ଗତକାଲି ବିଳମ୍ବିତ ରାତିରେ ୬ ଜଣ ଡକାୟତ ଗ୍ରୀଲ୍‌ରେ ପଡ଼ିଥିବା ତାଲା ଭାଙ୍ଗି କାହ୍ନୁଚରଣଙ୍କ ଘରେ ପଶିଥିଲେ। ସେମାନେ ଚୋରି କରୁଥିବା ସମୟରେ ପରିବାର ଲୋକେ ଉଠି ପଡ଼ିଥିଲେ। ଏହା ପରେ ସେମାନେ ଭୁଜାଲିରେ କାହ୍ନୁଚରଣ ଓ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ। କାହ୍ନୁଚରଣଙ୍କ ମୁଣ୍ଡରେ ଆଘାତ ଲାଗିଛି। ଏହା ପରେ ଡକାୟତମାନେ ଟଙ୍କା ଓ ସୁନାଗହଣା ନେଇ ସେଠାରୁ ପଳାଇ ଯାଇଥିଲେ।

ସେହି ରାତିରେ ସେମାନେ ଗାଁର ଅନ୍ୟ ଜଣଙ୍କ ଘରେ ମଧ୍ୟ ପଶିଥିଲେ। ସେଠାରେ ସେମାନେ ପରିବାର ଲୋକଙ୍କୁ ଏକ ରୁମ୍‌ରେ ଭର୍ତ୍ତି କରି ବାହାର ପଟୁ ତାଲା ପକାଇ ଦେଇଥିଲେ ଏବଂ  ଟଙ୍କା ଓ ସୁନାଗହଣା ନେଇ ପଳାଇ ଯାଇଥିଲେ।

ପୁଲିସ ଏହି ଦୁଇଟି ଘଟଣାର ତଦନ୍ତ କରୁଛି।

The post ଡକାୟତଙ୍କ ଭୁଜାଲି ଚୋଟରେ ଦମ୍ପତି ଗୁରୁତର appeared first on Odisha Reporter.



from Odisha Reporter https://ift.tt/33PSzCm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages