ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ତାଜମହଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 20, 2020

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ତାଜମହଲ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଦୁନିଆର ସପ୍ତଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ତାଜମହଲ ଗତ ମାର୍ଚ୍ଚ ୧୭ରୁ  ବନ୍ଦ ରହିଥିବା ବେଳେ ଆଜିଠୁ ପୁଣି ଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ।

ବିଶ୍ୱର ଅନ୍ୟତମ ଆକର୍ଷଣ ତାଜମହଲ ମଧ୍ୟକୁ ଦୈନିକ ୫ ହଜାର ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ଏଏସଆଇ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟ ମଧ୍ୟରେ କଡ଼ାକଡ଼ି ଭାବେ କରୋନା ଗାଇଡଲାଇନ୍‌ ପାଳନ କରାଯିବା ଉପରେ ଗୁରୁତ୍ୱ ଦିଆଯାଉଛି। ତାଜମହଲରେ ପ୍ରବେଶ ପୂର୍ବରୁ ଶରୀରର ତାପମାତ୍ରା ମପା ଯାଉଥିବା ବେଳେ ଜୋତା ସାନିଟାଇଜ ମଧ୍ୟ କରାଯାଉଛି। ଏହି ସମୟରେ ଗ୍ରୁପ୍‌ ଫଟୋ ଉଠାଇବାକୁ ବାରଣ କରାଯାଇଛି।

ତାଜମହଲ ବୁଲିବା ସମୟରେ ପର୍ଯ୍ୟଟକମାନ ଯେପରି କାନ୍ଥ, ରେଲିଂ ନ ଛୁଇଁବେ, ମାସ୍କ, ସାନିଟାଇଜର, ଟିସୁ ପେପର ବ୍ୟବହାର କରିବେ ସେଥିପ୍ରତି କଡ଼ା ଦୃଷ୍ଟି ଦିଆଯାଉଛି।

କରୋନା ସଂକ୍ରମଣ ଯୋଗୁଁ  ପର୍ଯ୍ୟଟକମାନଙ୍କୁ କାଉଣ୍ଟରରେ ଟିକେଟ ମିଳିବ ନାହିଁ  । ସେମାନଙ୍କୁ ଇଲେକଟ୍ରୋନିକ ଟିକେଟ ଦିଆଯିବ  । ସେହିପରି ଆଗ୍ରାଫୋର୍ଟ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଖୋଲାରହିବ । ସେଠାରେ ୨୫ଶହ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ।

ସୂଚନାଯୋଗ୍ୟ ସମଗ୍ର ଦେଶରେ  ASI ଅଧୀନରେ ଆସୁଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଜୁଲାଇ ମାସରୁ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଖୋଲି ସାରିଛି। ହେଲେ ତାଜମହଲ ଓ ଆଗ୍ରା ଫୋର୍ଟ କଣ୍ଟେନମେଣ୍ଟ ଜୋନ୍‌ ମଧ୍ୟରେ ଆସୁଥିବାରୁ ଏହା ଖୋଲିବାରେ ବିଳମ୍ବ ହୋଇଛି।

The post ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ତାଜମହଲ appeared first on Odisha Reporter.



from Odisha Reporter https://ift.tt/2RXB7GR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages