ଆମେ ରୁଷିଆରୁ ଆସି ବାଲେଶ୍ୱରରେ ଫସିଗଲୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 26, 2020

ଆମେ ରୁଷିଆରୁ ଆସି ବାଲେଶ୍ୱରରେ ଫସିଗଲୁ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର) ବାଲେଶ୍ୱର ରେମୁଣାର କ୍ଷୀରଚୋରା ଗୋପୀନାଥଙ୍କ ଦର୍ଶନ ପାଇଁ ଆସିଥିବା ରୁଷୀୟ ଦମ୍ପତି ଏବେ ଅଡ଼ୁଆରେ ପଡ଼ିଛନ୍ତି। ଗତବର୍ଷ ଅକ୍ଟୋବରରେ ସେ ଓଡ଼ିଶା ବୁଲିବାକୁ ଆସି କ୍ଷୀରଚୋରା ଗୋପୀନାଥଙ୍କ ପାଖରେ ଅଟକି ରହିଥିଲେ  ରୁଷୀୟ ଦମ୍ପତି ଶକ୍ତିତବ ଦାସ ଓ ତେଜସ୍ୱିନୀ ଦାସ । ତେବେ ମନ୍ଦିର ଭିତରେ ପଶି ଠାକୁରଙ୍କ ଦର୍ଶନ କରିପାରି ନଥିଲେ ବି ଧିରେ ଧିରେ ଦୁହେଁ ଗୋପୀନାଥଙ୍କ ପ୍ରେମରେ ପଡ଼ି ଯାଇଥିଲେ ।

ଏମିତି କିଛି ଦିନ ଯିବା ପରେ କରୋନା ପାଇଁ ଲକଡାଉନ ଓ ସଟଡାଉନ ହୋଇଥିଲା। ଏହାରି ଭିତରେ ଗତ ଏପ୍ରିଲରେ ତାଙ୍କର ଭିସା ଅବଧି ସରି ଯାଇଥିଲା । ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବା ଓ ଭିସା ଅବଧି ସରିଯିବାରୁ ଦୁହେଁ ଫସି ରହିଛନ୍ତି । ଏବେ ଦୁହେଁ ନା ସ୍ୱେଦେଶ ଫେରି ପାରୁଛନ୍ତି ନା ଏଠି ରହି ପାରୁଛନ୍ତି। ଏଭଳି ପରିସ୍ଥିତିରେ ଦୁହେଁ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ସହଯୋଗ ପାଇଁ ନେହୁରା ହୋଇଛନ୍ତି । ଜିଲ୍ଲା ପ୍ରଶାସନ ବି ସେମାନଙ୍କୁ ସମସ୍ତ ସହାୟତା ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି ।

The post ଆମେ ରୁଷିଆରୁ ଆସି ବାଲେଶ୍ୱରରେ ଫସିଗଲୁ appeared first on Odisha Reporter.



from Odisha Reporter https://ift.tt/2FSq1jX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages