ନୂଆଦିଲ୍ଲୀ: ବିଶ୍ୱ ଏବଂ ଭାରତରେ ଶ୍ରେଷ୍ଠ କୋ଼ଡିଏ ପ୍ରଶଂସିତ ପୁରୁଷ ଓ ମହିଳା ତାଲିକା ପ୍ରକାଶ ପାଇଛି। ପୁରୁଷ ତାଲିକାରେ ଭାରତର ଚାରି ଜଣ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅମିତାଭ ବଚ୍ଚନ, ଶାହରୁଖ ଖାନ୍, ବିରାଟ କୋହଲି ରହିଛନ୍ତି। YouGov ଦ୍ୱାରା ଏହି ସର୍ଭେ ହୋଇଥିଲା। ଏଥିପାଇଁ ୪୨ଟି ଦେଶର ୪୫୦୦ ଲୋକଙ୍କର ମତାମତ ନିଆଯାଇଥିଲା।
ସେହିପରି଼ ବିଶ୍ୱର ଶ୍ରେଷ୍ଠ ମହିଳା ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରତି ବାରାକ ଓବାମାଙ୍କ ପତ୍ନୀ ମିଚେଲ ଓବାମା। ଆମେରିକାର ରାଷ୍ଟ୍ରପତି ଡୋନାଲ଼୍ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ୧୯ ନମ୍ନରରେ ରହିଛନ୍ତି। ହେଲେ ଭାରତୀୟ ମହିଳାଙ୍କ ମଧ୍ୟରେ ଦୀପିକା ପାଦୁକୋନ ୧୩ ନମ୍ନର, ପ୍ରିୟଙ୍କା ଚୋପ୍ରା ୧୪ ନମ୍ୱର, ଐଶର୍ଯ୍ୟା ରାୟ ୧୬ ନମ୍ୱର ଏବଂ ସୁଶ୍ମିତା ସେନା ୧୭ ନମ୍ୱର ସ୍ଥାନରେ ରହିଛନ୍ତି। ଏହି ଚାରି ଜଣ ବଲିଉଡ ଅଭିନେତ୍ରୀ।
ଏହି ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (ନମ୍ବର ୪), ବଲିଉଡର ଆଇକନ୍ ଅମିତାଭ ବଚ୍ଚନ (ନମ୍ବର ୧୪) ଏବଂ ଶାହରୁଖ ଖାନ (ନମ୍ୱର ୧୭), ବିରାଟ କୋହଲି (ନମ୍ୱର ୧୬) ସ୍ଥାନରେ ରହିଛନ୍ତି। ଏହି ଶ୍ରେଷ୍ଠ କୋଡିଏ ଜଣଙ୍କ ମଧ୍ୟରେ ଟେସଲା ଏବଂ ସ୍ପେସ୍ ଏକ୍ସ ସିଇଓ ଏଲୋନ୍ ମସ୍କ ୯ ନମ୍ୱରରେ ରହିଛନ୍ତି।
ସେହିପରି ଭାରତର ‘ ୨୫ ଶ୍ରେଷ୍ଠ ପ୍ରଶଂସିତ ପୁରୁଷ’ ତାଲିକା ମଧ୍ୟ ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦି, ରତନ ଟାଟାଙ୍କଠାରୁ ଆଗରେ ରହିଥିବାବେଳେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନି ତିନି ନମ୍ୱରରେ ରହିଛନ୍ତି। କୋହଲି ବିଶ୍ୱର ସବୁଠୁ ଅଧିକ ପ୍ରଶଂସିତ କ୍ରିକେଟର ରହିଥିବା ବେଳେ ଭାରତରେ ଧୋନି ସବୁଠାରୁ ପ୍ରଶଂସିତ କ୍ରୀଡ଼ାବିତ୍ ରହିଛନ୍ତି।
କ୍ରୀଡ଼ାବିତ୍ ତାଲିକାରେ ଧୋନିଙ୍କ ପଛରେ ଅଛନ୍ତି ସଚିନ ତେନ୍ଦୁଲକର (୭), ବିରାଟ କୋହଲି (୯), କ୍ରିଷ୍ଟିଆନ୍ ରୋନାଲ୍ଡୋ (୧୦), ଲିଓନେଲ ମେସି (୧୬) ଏବଂ ମାଇକେଲ ଜୋର୍ଡାନ (୨୧)।
The post ବିଶ୍ୱର ଶ୍ରେଷ୍ଠ ୨୦ ପ୍ରଶଂସିତ ପୁରୁଷ ତାଲିକାରେ ମୋଦିଙ୍କ ସମେତ ଚାରି ଭାରତୀୟ appeared first on Odisha Reporter.
from Odisha Reporter https://ift.tt/2FSpZIR
No comments:
Post a Comment