ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା। ୨୦୧୫ରୁ ୨୦୧୯ ମସିହା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଟ ୫୮ଟି ଦେଶ ଗସ୍ତ କରିଛନ୍ତି। ଏଥିରେ ୫୧୭ କୋଟି ୮୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ରାଜ୍ୟସଭାରେ ଏହି ତଥ୍ୟ ରଖିଛନ୍ତି ବୈଦେଶିକ ବ୍ୟାପାର ରାଜ୍ୟ ମନ୍ତ୍ରୀ ଭି ମୁରଲୀଧରନ।
ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଯୋଗୁଁ ଦ୍ୱିପାକ୍ଷିକ ତଥା ଅନ୍ତଃରାଷ୍ଟ୍ରୀୟ ମାମଲା ଉପରେ ଭାରତର ଦୃଷ୍ଟିକୋଣକୁ ଅନ୍ୟ ଦେଶମାନେ ବୁଝିପାରିଛନ୍ତି। ତା’ ଛଡ଼ା ବିଭିନ୍ନ ଦେଶ ସହ ସଂପର୍କ ମଧ୍ୟ ଦୃଢ଼ ହୋଇଛି।
The post ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟି appeared first on Odisha Reporter.
from Odisha Reporter https://ift.tt/2RSyQwi
No comments:
Post a Comment