ଗୁପ୍‌ଚୁପ୍ ଖାଉ ଖାଉ ଚାଲିଗଲା ମହିଳାଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 22, 2020

ଗୁପ୍‌ଚୁପ୍ ଖାଉ ଖାଉ ଚାଲିଗଲା ମହିଳାଙ୍କ ଜୀବନ

ସୁନ୍ଦରଗଡ଼ (ବିଜୟ ବରୁଆ): ପରିବାର ସହ ବସି ଗୁପ୍‌ଚୁପ୍ ଖାଉ ଖାଉ ଶ୍ୱାସରୁଦ୍ଧ ହୋଇ ଜୀବନ ହାରିଲେ ମହିଳା। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ସରଫଗଡ଼ ଗାଁରେ। ମୃତକ ହେଲେ ଫୁଲମତି କିସାନ।

ଗତକାଲି ଘରେ ପରିବାର ସଦସ୍ୟଙ୍କ ସହ ବସି ଫୁଲମତି ଗୁପ୍‌ଚୁପ୍ ଖାଉଥିଲେ। ଏହି  ସମୟରେ ଏକ ଗୁପଚୁପର କିଛି ଅଂଶ ତାଙ୍କ ତଣ୍ଟିରେ ଲାଗି ଯାଇଥିଲା। ପରିବାର ଲୋକଙ୍କ ଚେଷ୍ଟା ସତ୍ତ୍ୱେ ତାହା ନ ବାହାରିବାରୁ ତୁରନ୍ତ ତାଙ୍କୁ ଲେଫ୍ରିପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଖାଇବା ବେଳେ ଶ୍ୱାସନଳୀରେ ଗୁପଚୁପ୍ ଫସି ଯିବା ଯୋଗୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥାଇପାରେ ବୋଲି ସିଡିଏମ୍ଓ ଆଶଙ୍କା କରିଛନ୍ତି।  ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।

The post ଗୁପ୍‌ଚୁପ୍ ଖାଉ ଖାଉ ଚାଲିଗଲା ମହିଳାଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/3611BiK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages