ଝାରସୁଗୁଡ଼ା(ଭାଗିରଥୀ ସାହୁ): ଶେଷ ମୁହୂର୍ତ୍ତରେ ବିମାନ ବାତିଲକୁ ନେଇ ତାତିଲେ ଯାତ୍ରୀ । ଝାରସୁଗୁଡ଼ା ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଗତକାଲି ରାତିରେ ଛାଡ଼ିବାକୁ ଥିବା ସ୍ପାଇସ ଜେଟ୍ ବିମାନକୁ ଯାନ୍ତ୍ରୀକ ତ୍ରୁଟି ଯୋଗୁ ବାତିଲ କରି ଦିଆଯାଇଥିଲା। ଏଥିଯୋଗୁ ଉକ୍ତ ବିମାନରେ ଯାତ୍ରା ଲାଗି ଅପେକ୍ଷା କରିଥିବା ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।
କମ୍ପାନୀ ପକ୍ଷରୁ ଆଉ କିଛି ବିକଳ୍ପ ବ୍ୟବସ୍ଥା କରାଯାଇ ନ ଥିବାରୁ ଏହାକୁ ନେଇ ଯାତ୍ରୀଙ୍କର ବିମାନ ବନ୍ଦରର ସୁରକ୍ଷା କର୍ମୀ, ସ୍ପାଇସଜେଟ କର୍ତ୍ତୃପକ୍ଷ ଏବଂ ଏୟାରହୋଷ୍ଟେସଙ୍କ ଯାତ୍ରୀଙ୍କ ସହିତ ଉଚ୍ଚବାଚ ହୋଇଥିଲା।
ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କରୋନା ସମୟରେ ବିଳମ୍ବିତ ରାତିରେ ପିଲାଛୁଆ ଧରି କିପରି ନିଜ ଘରକୁ ଫେରିବେ ବୋଲି ପଚାରିଛନ୍ତି ଯାତ୍ରୀ । ଅନ୍ୟ ପକ୍ଷରେ ଏହି ସମୟରେ ହୋଟେଲ ମଧ୍ୟ ମିଳିବ ନାହିଁ । ତେଣୁ ରାତିରେ ଲୋକେ ହଇରାଣ ହେଉଥିବା ବେଳେ ବିମାନବନ୍ଦର କର୍ତ୍ତୃପକ୍ଷ କିଛି ବୁଝୁ ନାହାନ୍ତି। ଏପରି ସମୟରେ କିଛି ସମସ୍ୟା ଉପୁଜିଲେ କିଏ ଏଥିନିମନ୍ତେ ଦାୟୀ ରହିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଅନ୍ୟ ପକ୍ଷରେ କିଛି ଯାତ୍ରୀଙ୍କର ଦିଲ୍ଲୀ ଠାରୁ ଅନ୍ୟ ସ୍ଥାନକୁ ମଧ୍ୟ ଯିବା ପାଇଁ ବିମାନ ଟିକେଟ ହୋଇ ସାରିଥିବା ବେଳେ ଏବେ କ’ଣ କରିବୁ, କିପରି ଯିବୁ ବୋଲି ପ୍ରଶ୍ନ କରିଛନ୍ତି।
ଏପଟେ ଯାନ୍ତ୍ରିକ ତ୍ରୁଟି ପାଇଁ ବିମାନ ଉଡାଣ ରଦ୍ଦ କରାଯାଇଥିବା ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
The post ଯାନ୍ତ୍ରୀକ ତ୍ରୁଟିରୁ ବାତିଲ ହେଲା ବିମାନ, ତାତିଲେ ଯାତ୍ରୀ appeared first on Odisha Reporter.
from Odisha Reporter https://ift.tt/3hPpsUQ
No comments:
Post a Comment