ରାଜ୍ୟରେ ୪୧୮୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ପୁଣି ୭୦୦ ଟପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 21, 2020

ରାଜ୍ୟରେ ୪୧୮୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ପୁଣି ୭୦୦ ଟପିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୪,୧୮୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨,୪୫୩  ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୭୩୬ଟି ହେଉଛି ଲୋକାଲ୍ କେସ୍‌।

କିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ତଳେ ଥିବା ବେଳେ ଆଜି ପୁଣି ଥରେ ଏହି ସଂଖ୍ୟା ୭୦୦ ପାର୍‌ କରିଛି।  ତା’ ପଛକୁ ରହିଛି ସିଲିଭର ସିଟି କଟକ। କଟକରେ କିଛି ଦିନ ସଂକ୍ରମିତ ସଂଖ୍ୟା ୫୦୦ ତଳେ ରହୁଥିବା ବେଳେ ୨ ଦିନ ହେଲା ଏହା ୫୦୦ ଅତିକ୍ରମ କରିଛି। ଗତକାଲି କଟକ ଜିଲ୍ଲାରୁ ୫୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୫୮୬ ରହିଛି।

କିନ୍ତୁ ଆଶ୍ଚର୍ଯ୍ୟର କଥା, ଦିନେ କରୋନାର ହଟସ୍ପଟ ପାଲଟିଥିବା ଗଞ୍ଜାମ ଜିଲ୍ଲାରେ ସ୍ଥିତି ଏବେ ପୂରା ନିୟନ୍ତ୍ରଣାଧୀନ ରହିଛି। ଗତ କିଛି ଦିନ ହେବ ଏହି ଜିଲ୍ଲାରୁ ୧୦୦ରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ଏହି ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ରହିଛି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୮୮୩୧୧  ରେ ପହଞ୍ଚିଥିବା ବେଳେ ୧,୪୩୯୭୯ ଜଣ ସୁସ୍ଥ  ହୋଇ ସାରିଲେଣି। ଏହାବ୍ୟତୀତ ରାଜ୍ୟରେ ୩୮,୧୫୮ ଆକ୍ଟିଭ କେସ୍‌ ଥିବା ବେଳେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୨୧ ଛୁଇଁଲାଣି।

The post ରାଜ୍ୟରେ ୪୧୮୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ପୁଣି ୭୦୦ ଟପିଲା appeared first on Odisha Reporter.



from Odisha Reporter https://ift.tt/3ci7rNU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages