ଚେତିଲେ ସରକାର, କୋଭିଡ ହସ୍ପିଟାଲରେ ମକ୍‌ ଡ୍ରିଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 21, 2020

ଚେତିଲେ ସରକାର, କୋଭିଡ ହସ୍ପିଟାଲରେ ମକ୍‌ ଡ୍ରିଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି କଟକର ସଦଗୁରୁ କୋଭିଡ୍ ହସ୍ପିଟାଲରେ ନିଆଁ ଲାଗିବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି । ଆଜି କଟକ, ଭୁବନେଶ୍ୱରରେ ଥିବା କୋଭିଡ୍ ହସ୍ପିଟାଲଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କିଭଳି ରହିଛି ସେ ନେଇ ଯାଞ୍ଚ କରାଯାଉଛି ।

ଅଗ୍ନିକାଣ୍ଡ ସମୟରେ ଅଗ୍ନି ନିର୍ବାପକ ଯନ୍ତ୍ରଗୁଡିକୁ କିପରି ବ୍ୟବହାର କରାଯିବ, ଯଦି, ନିଆଁ ଲାଗେ ତେବେ ସେଠୁ କିପରି ସୁରକ୍ଷିତ ବାହାରିପାରିବେ, ହସ୍ପିଟାଲ୍‌ରେ ଥିବା ଅଗ୍ନିଶମ ବ୍ୟବସ୍ଥାକୁ ସୁଚାରୁ ରୂପେ ବ୍ୟବହାର କରିବା ନେଇ ବିସ୍ତୁତ ଭାବେ ଅଭ୍ୟାସ ହୋଇଛି । ଆଜି ଅଗ୍ନିଶମ ବାହିନୀର ୮ ଜଣିଆ ଟିମ୍ ଭୁବନେଶ୍ୱରର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ PPE କିଟ୍ ପିନ୍ଧି ମକଡ୍ରିଲ ଓ ଯାଞ୍ଚ କରୁଛନ୍ତି।

ସୂଚନାଯୋଗ୍ୟ, ଗତକାଲି ସଦଗୁରୁ କୋଭିଡ ହସ୍ପିଟାଲରେ ନିଆଁ ଲାଗିଥିବା ବେଳେ ହସ୍ପିଟାଲରେ ଥିବା ୧୨୭ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଖବର ପାଇ ପୁଲିସ୍‌ କମିଶନର, କଟକ ଜିଲ୍ଲାପାଳ, ଡିସିପି ଓ ଚିଫ୍ ଫାୟାର ଅଫିସର୍, ସିଏମ୍‌ସି କମିଶନର ପ୍ରମୁଖ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସଦଗୁରୁ ହସ୍ପିଟାଲକୁ ଫାୟାର ଲାଇସେନ୍ସ ଦିଆଯାଇନାହିଁ। ଇନ୍ସପେକ୍ସନ କରାଯାଇ ଅସୁବିଧା ଦୂର ପାଇଁ କୁହାଯାଇଥିଲା । ଆବଶ୍ୟକ ବ୍ୟବସ୍ଥା କରିବାକୁ ହସ୍ପିଟାଲକୁ ନୋଟିସ କରାଯାଇଥିଲା। ହେଲେ ବ୍ୟବସ୍ଥା କରିପାରିନଥିବାରୁ ଲାଇସେନ୍ସ ଦିଆଯାଇନାହିଁ। ତେବେ ସୌଭାଗ୍ୟବଶଃତ ଗତକାଲି ସେମାନଙ୍କର ଅଗ୍ନି ନିରାପତ୍ତା ବ୍ୟବସ୍ଥା କାମ କରିଥିବାରୁ   ନିଆଁ ବେଶି ବ୍ୟାପିନଥିବା କହିଥିଲେ ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀ।

The post ଚେତିଲେ ସରକାର, କୋଭିଡ ହସ୍ପିଟାଲରେ ମକ୍‌ ଡ୍ରିଲ୍‌ appeared first on Odisha Reporter.



from Odisha Reporter https://ift.tt/3iS2Tjz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages