ମୁମ୍ବାଇ: ଡ୍ରଗ୍ସ ପ୍ରସଙ୍ଗକୁ ନେଇ ବଲିଉଡ୍ ଏବେ ଚର୍ଚ୍ଚାରେ ଥିବା ବେଳେ ଆସିଛି ଆଉ ଏକ ଖବର। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଡ୍ରଗ୍ସ ଦିଗକୁ ନେଇ ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କୁ ଦିନେ ଦୁଇ ଦିନ ଭିତରେ ସମନ ଜାରି କରି ପଚରାଉଚରା ପାଇଁ ଡାକିପାରେ ବୋଲି କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, କରିସ୍ମା ନାମକ ଜଣେ ମହିଳାଙ୍କୁ ଦୀପିକା ଡ୍ରଗ୍ସ ମାଗିଥିଲେ ଓ ସେ ନେଇ ସେମାନଙ୍କ ମଧ୍ୟରେ ହ୍ୱାଟ୍ସଆପ୍ରେ ହୋଇଥିବା ଚ୍ୟାଟ୍ ଏନ୍ସିବି ହାତରେ ଲାଗିଛି।
କରିସ୍ମା ହେଉଛନ୍ତି Kwan Talent Management ଏଜେନ୍ସୀର ଜଣେ କର୍ମଚାରୀ। ସେ ସେଠାରେ ଜୟା ସାହାଙ୍କ ସହିତ କାମ କରନ୍ତି।
ପୂର୍ବରୁ ସୁଶାନ୍ତଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଥିବା ଜୟାଙ୍କୁ ଗତକାଲି ଏନ୍ସିବି ୪ ଘଣ୍ଟା ଜେରା କରିଥିଲା। ତାଙ୍କ ସହିତ ରିଆ ଚକ୍ରବର୍ତ୍ତୀ ଡ୍ରଗ୍ସ ସଂପର୍କରେ କଥା ହୋଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, କରିସ୍ମାଙ୍କୁ ମଧ୍ୟ ଏନ୍ସିବି ପଚରାଉଚରା ପାଇଁ ସମନ ଜାରି କରିଛି। ଏନ୍ସିବିକୁ କିଛି ହ୍ୱାଟ୍ସଆପ୍ ଚ୍ୟାଟ୍ ମିଳିଛି, ଯେଉଁଥିରେ ଜୟା ଓ କରିସ୍ମା ଡ୍ରଗ୍ସ ବିଷୟରେ ଆଲୋଚନା କରିଛନ୍ତି।
Kwan Talent Management ଏଜେନ୍ସୀର ଅନେକ ଅଭିନେତ୍ରୀ ଓ ଅଭିନେତାଙ୍କ ସହ ଚୁକ୍ତି କରିଛି। ସେମାନଙ୍କ ମଧ୍ୟରେ ଦୀପିକା ପାଦୁକୋନ ମଧ୍ୟ ଅଛନ୍ତି।
ବଲିଉଡ୍ରେ ଡ୍ରଗ୍ସ ଲିଙ୍କ୍ ମାମଲାରେ ଦୀପିକାଙ୍କ ସମେତ ଶ୍ରଦ୍ଧା କପୁର୍, ସାରା ଅଲ୍ଲି ଖାନ୍, ରକୁଲ ପ୍ରୀତ ଓ ଫେସନ୍ ଡିଜାଇନର୍ ସିମୋନ ଖମ୍ବାଟାଙ୍କ ନାଁ ବି ରହିଥିବା ଚର୍ଚ୍ଚା ହେଉଛି। ଏହି ୪ ଜଣ ସୁଶାନ୍ତଙ୍କ ସହ ବିଭିନ୍ନ ସମୟରେ ଡ୍ରଗ୍ସ ପାର୍ଟିରେ ସାମିଲ ହୋଇଥିବା ଅଭିଯୋଗ ବି ହୋଇଛି।
ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ସାହା ଓ ମ୍ୟାନେଜର ଶ୍ରୁତି ମୋଦିଙ୍କୁ ପଚରାଉଚରା ପାଇଁ ପୁଣି ଥରେ ସମନ କରିଛି ଏନ୍ସିବି।
The post ଏନ୍ସିବି ଜାଲରେ ଦୀପିକା! appeared first on Odisha Reporter.
from Odisha Reporter https://ift.tt/3cmpr9Q
No comments:
Post a Comment