ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜେଲ୍କୁ ବି ନିଜ କବଜାକୁ ନେଇ ସାରିଲାଣି କରୋନା ମହାମାରୀ। ବିଭିନ୍ନ ଜେଲ୍ରେ ବହୁ ଅଭିଯୁକ୍ତ କରୋନା ପଜିଟିଭ ଚିହ୍ନଟ ହେଉଥିବା ବେଳେ ଏହା ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଜେଲ୍ରେ କରୋନା ସଂକ୍ରମଣ ରୋକିବା ପାଇଁ ଗୃହ ବିଭାଗ ଜାରି କରିଛି ନୂଆ SOP (Standard Operating Procedure) ।
ଏହି SOP ଅନୁଯାୟୀ, କୋର୍ଟରେ ହାଜର ପୂର୍ବରୁ ଅଭିଯୁକ୍ତଙ୍କର କୋଭିଡ୍ ପରୀକ୍ଷା କରାଯିବ। ରିମାଣ୍ଡରେ ଅଣାଯିବା ଆଗରୁ ମେଡିକାଲରେ କୋଭିଡ୍ ପରୀକ୍ଷା କରାଯିବ। ଯଦି ପଜିଟିଭ ଚିହ୍ନଟ ହୁଅନ୍ତି, ତେବେ ତାଙ୍କୁ ତୁରନ୍ତ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯିବ।
କରୋନାରୁ ସୁସ୍ଥ ହେବା ପରେ ହିଁ ଜେଲ୍କୁ ସ୍ଥାନାନ୍ତରିତ ହୋଇପାରିବେ। ନେଗେଟିଭ ରିପୋର୍ଟ ଥିବା ଅଭିଯୁକ୍ତଙ୍କୁ ଜେଲ୍ ଭିତରକୁ ନିଆଯାଇପାରିବ।
ଏହାବ୍ୟତୀତ ଜେଲ୍କୁ ନୂଆ ଆସୁଥିବା ଅଭିଯୁକ୍ତଙ୍କର ନେଗେଟିଭ ରିପୋର୍ଟ ଦାଖଲ ହେବା ଆବଶ୍ୟକ। ଜେଲ୍ ଭିତରେ ସଂକ୍ରମଣ ନ ବ୍ୟାପିବା ପ୍ରତି ଜେଲ୍ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଗୃହ ବିଭାଗ ପକ୍ଷରୁ କୁହାଯାଇଛି।
The post ଏଣିକି କୋର୍ଟରେ ହାଜର ପୂର୍ବରୁ ଅଭିଯୁକ୍ତଙ୍କର ହେବ କୋଭିଡ୍ ପରୀକ୍ଷା appeared first on Odisha Reporter.
from Odisha Reporter https://ift.tt/3jDPSdu
No comments:
Post a Comment