ଲକ୍‌ଡାଉନ୍‌ ପରେ କ’ଣ କରିବାକୁ ଯୋଜନା କରିଥିଲେ ସୁଶାନ୍ତ? ତାଙ୍କ ଭଉଣୀ ଦେଲେ ଏନେଇ ସୂଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 3, 2020

ଲକ୍‌ଡାଉନ୍‌ ପରେ କ’ଣ କରିବାକୁ ଯୋଜନା କରିଥିଲେ ସୁଶାନ୍ତ? ତାଙ୍କ ଭଉଣୀ ଦେଲେ ଏନେଇ ସୂଚନା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲରେ ସିବିଆଇ ତଦନ୍ତ ଚାଲିଛି। ସେଥିପାଇଁ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ସମେତ ଅନେକ ଲୋକଙ୍କୁ ଜେରା କରୁଛି ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ଆଉ ଏହା ମଧ୍ୟରେ ସୁଶାନ୍ତଙ୍କ ତିନି ଭଉଣୀ ରାନୀ, ପ୍ରିୟଙ୍କା ଓ ମିତୁଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି।

କିଛି ଜାତୀୟ ଗଣମାଧ୍ୟମରେ ସୁଶାନ୍ତଙ୍କ ଭଉଣୀ ମିତୁଙ୍କ ବୟାନ ସାମ୍ନାକୁ ଆସିଛି। ଜୁନ୍ ୮ ତାରିଖରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ କ’ଣ କ’ଣ ଘଟିଥିଲା, ତାହା ସେ କହିଛନ୍ତି।

ଏହିସବୁ ରିପୋର୍ଟ ଅନୁଯାୟୀ, ଜୁନ୍ ୮ ତାରିଖରେ ମିତୁଙ୍କୁ ସୁଶାନ୍ତ ଫୋନ୍ କରି ଭେଟ କରିବାକୁ କହିଥିଲେ। ସେ ସନ୍ଧ୍ୟା ସାଢ଼େ ୫ଟାରେ ସୁଶାନ୍ତଙ୍କ ଘରେ ପହଞ୍ଚିଥିଲେ।

ଲକ୍‌ଡାଉନ୍ ଯୋଗୁ ବୁଲାବୁଲି କରିବାକୁ ଯାଇପାରୁ ନଥିବାରୁ ବୋର୍ ହୋଇଯାଉଛନ୍ତି ବୋଲି ସୁଶାନ୍ତ ତାଙ୍କୁ କହିଥିଲେ। ଏହା ସହିତ ଲକ୍‌ଡାଉନ୍ ସରିଗଲା ପରେ ସେ ଦକ୍ଷିଣ ଭାରତ ଯିବା ପାଇଁ ଯୋଜନା କରିଥିବା ମିତୁଙ୍କୁ କହିଥିଲେ।

ଭଉଣୀ ମିତୁଙ୍କୁ କିଛି ଦିନ ତାଙ୍କ ପାଖରେ ରହିବା ପାଇଁ ସୁଶାନ୍ତ କହିଥିଲେ। ମିତୁ ରହିଥିଲେ ମଧ୍ୟ। ସେହି ସମୟରେ ସେ ସୁଶାନ୍ତଙ୍କୁ ତାଙ୍କ ମନ ପସନ୍ଦର ଖାଦ୍ୟ ପ୍ରସ୍ତୁତ କରି ଦେଇଥିଲେ।

ମିତୁ କହିଛନ୍ତି ଯେ ଜୁନ୍ ୧୨ ତାରିଖରେ ତାଙ୍କ ଝିଅ ଗୋରେଗାଁଓରେ ଏକୁଟିଆ ଥିଲେ। ତେଣୁ ସେଦିନ ଅପରାହ୍ନ ସାଢ଼େ ୪ଟା ପରେ ସେ ଘରକୁ ଫେରି ଯାଇଥିଲେ। ସେ ଘରେ ପହଞ୍ଚି ସୁଶାନ୍ତଙ୍କୁ ଫୋନ୍ କରିଥିଲେ। ମେସେଜ୍ ବି ପଠାଇଥିଲେ। କିନ୍ତୁ ସୁଶାନ୍ତ ଫୋନ୍ ଉଠାଇ ନଥିଲେ କି ମେସେଜ୍‌ର ଜବାବ ଦେଇ ନଥିଲେ।

ଏହା ପରେ ଜୁନ୍ ୧୪ ତାରିଖ ସକାଳ ସାଢ଼େ ୧୦ଟାରେ ମିତୁ ପୁଣି ସୁଶାନ୍ତଙ୍କୁ ଫୋନ୍ କରିଥିଲେ। କିନ୍ତୁ ସେ ଉଠାଇ ନଥିଲେ। ଏହା ପରେ ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନୀଙ୍କୁ ଫୋନ୍ କରିଥିଲେ। ସିଦ୍ଧାର୍ଥ ତାଙ୍କୁ କହିଥିଲେ ଯେ ସେ ସୁଶାନ୍ତଙ୍କୁ ଜୁସ୍ ଦେଇଥିଲେ। ଏହା ସହିତ ସୁଶାନ୍ତ ବିଶ୍ରାମ ନେଉଥିବା ସେ କହିଥିଲେ।

ମିତୁଙ୍କୁ ସିଦ୍ଧାର୍ଥ କହିଥିଲେ ଯେ ସେ ସୁଶାନ୍ତଙ୍କ ରୁମ୍‌ର ଦ୍ୱାର ବାଡ଼େଇ ଥିଲେ। କିନ୍ତୁ ସେ ଉଠି ନଥିଲେ। ତାଙ୍କ କବାଟ ଭିତର ପଟୁ ବନ୍ଦ ଥିଲା।

ଏହାର କିଛି ସମୟ ପରେ ମିତୁଙ୍କୁ ଫୋନ୍ କରିଥିଲେ ସିଦ୍ଧାର୍ଥ ଓ ସୁଶାନ୍ତ କବାଟ ଖୋଲୁ ନଥିବାରୁ ଡୁପ୍ଲିକେଟ୍ ଚାବି ତିଆରି କରୁଥିବା ଜଣେ ଲୋକଙ୍କୁ ଡାକିବାକୁ ଯାଉଥିବା କହିଥିଲେ।

ସିଦ୍ଧାର୍ଥଙ୍କ ଏହି ଫୋନ୍ କଲ୍ ପରେ ମିତୁ ଏକ କାର ଭଡ଼ା କରି ଗୋରେଗାଁଓକୁ ବାନ୍ଦ୍ରା ଅଭିମୁଖେ ବାହାରିଥିଲେ। ସେ ଟ୍ୟାକ୍ସିରେ ଥିବା ସମୟରେ ପୁଣି ସିଦ୍ଧାର୍ଥଙ୍କ ଫୋନ୍ ଆସିଥିଲା।

ସିଦ୍ଧାର୍ଥ ତାଙ୍କୁ କହିଥିଲେ ଯେ ସେମାନେ କବାଟ ଖୋଲି ଦେଇଛନ୍ତି ଓ ସୁଶାନ୍ତ ମୃତଦେହ ଫ୍ୟାନ୍‌ରେ ଝୁଲୁଛି। ଯେତେବେଳେ ମିତୁ ସେଠାରେ ପହଞ୍ଚିଲେ ସେତେବେଳକୁ ସୁଶାନ୍ତଙ୍କ ମୃତଦେହ ବେଡ୍‌ ଉପରେ ଥିଲା। ମୃତଦେହଟି ତଳକୁ ମୁହଁ କରି ରହିଥିଲା। ସେଠାରୁ ମିତୁ ଘଟଣା ସଂପର୍କରେ ତାଙ୍କର ଅନ୍ୟ ଦୁଇ ଭଉଣୀଙ୍କୁ ଫୋନ୍ କରି କହିଥିଲେ।

The post ଲକ୍‌ଡାଉନ୍‌ ପରେ କ’ଣ କରିବାକୁ ଯୋଜନା କରିଥିଲେ ସୁଶାନ୍ତ? ତାଙ୍କ ଭଉଣୀ ଦେଲେ ଏନେଇ ସୂଚନା appeared first on Odisha Reporter.



from Odisha Reporter https://ift.tt/350q2fR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages