ପୁଅର ମୃତ୍ୟୁ ପଛର ରହସ୍ୟ ଖୋଲିଲେ ଆଦିତ୍ୟଙ୍କ ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 3, 2020

ପୁଅର ମୃତ୍ୟୁ ପଛର ରହସ୍ୟ ଖୋଲିଲେ ଆଦିତ୍ୟଙ୍କ ମା’

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ସାଇକୋ ଲେଡିର ସଂପୃକ୍ତି ଥିବା ନେଇ ଆଦିତ୍ୟଙ୍କ ବାପା କିଛି ଦିନ ତଳେ ସନ୍ଦେହ ବ୍ୟକ୍ତ କରିଥିବା ବେଳେ ଆଜି ତାଙ୍କ ମା’ ଏ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଆଦିତ୍ୟଙ୍କ ମୃତ୍ୟୁ ପଛରେ ସାଇକୋ ଲେଡିର ହାତ ରହିଥିବା ଆମେ ସନ୍ଦେହ କରୁଛୁ। ସଂପୃକ୍ତ ଯୁବତୀ ଜଣଙ୍କ ଆଦିତ୍ୟଙ୍କୁ ଏକତରଫା ଭଲ ପାଉଥିଲେ। ବାହା ନ ହେଲେ ହାତ କାଟି ଆତ୍ମହତ୍ୟା କରିବି ବୋଲି ଧମକ ଦେଉଥିଲେ। ବିଦ୍ୟାଶ୍ରୀ ସହ ଆଦିତ୍ୟର ନିର୍ବନ୍ଧ ହେବା ଦିନ ସସେ  ଖୋଲା ଧମକ ଦେଇଥିଲେ।

ସେ ଆହୁରି କହିଛନ୍ତି, ଆଦିତ୍ୟଙ୍କୁ ଠିକ ଜାଗାରେ ଠିକ ଲୋକ ପହଞ୍ଚି ତାକୁ ମାରିବେ ବୋଲି ସେ କହିଥିଲେ।  ଆମ ପୁଅର ମୃତ୍ୟୁ ତାର ହାତ ଥିବା  ସନ୍ଦେହ କରୁଛୁ। ଏନେଇ ସବୁ ଥ୍ୟ କ୍ରାଇମବ୍ରାଞ୍ଚକୁ ଦେଇଛୁ। ଦୋଷୀକୁ ଫାଶି ମିଳୁ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଆଦିତ୍ୟଙ୍କ ମୃତ୍ୟୁ ପଛରେ ସାଇକୋ ଲେଡିର ହାତ ନେଇ ସନ୍ଦେହ ବ୍ୟକ୍ତ କରିଥିଲେ। ସେ କହିଥିଲେ- ଜଣେ ଯୁବତୀ ଆଦିତ୍ୟଙ୍କୁ ବାହାଘର ପୂର୍ବରୁ ବ୍ଲାକମେଲିଂ କରୁଥିଲେ। ଏକତରଫା ଭଲ ପାଉଥିଲେ। ବାହା ହେବାକୁ ବ୍ଲାକ ମେଲିଂ କରୁଥିଲେ। ଏ ଦିଗରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁ ନ ଥିବାରୁ ଆମେ CBI ତଦନ୍ତ ଚାହୁଁଛୁ।

ଅନ୍ୟପଟେ ଏହି ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ ପପୁ, ବିକାଶ, ଦୀପୁଙ୍କର ଲାଇ ଡିଟେକ୍ସନ୍ ଟେଷ୍ଟ ସରିଛି। ଭୁବନେଶ୍ୱର ଫରେନସିକ୍ ଲ୍ୟାବରେ ସେମାନଙ୍କର ଲାଇ ଡିଟେକ୍ସନ ଟେଷ୍ଟ ସରିଛି।

The post ପୁଅର ମୃତ୍ୟୁ ପଛର ରହସ୍ୟ ଖୋଲିଲେ ଆଦିତ୍ୟଙ୍କ ମା’ appeared first on Odisha Reporter.



from Odisha Reporter https://ift.tt/31Ry5JG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages