ଭୂମିହୀନ ବାସିନ୍ଦାଙ୍କୁ ଜମି ପ୍ରମାଣ ପତ୍ର ବାଣ୍ଟିଲେ ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 14, 2020

ଭୂମିହୀନ ବାସିନ୍ଦାଙ୍କୁ ଜମି ପ୍ରମାଣ ପତ୍ର ବାଣ୍ଟିଲେ ବିଧାୟକ

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନଏସି କାର୍ଯ୍ୟାଳୟରେ ୧୬ଟି ୱାର୍ଡରେ ବସବାସ କରୁଥିବା ଭୂମିହୀନ ବସ୍ତି ବାସିନ୍ଦାଙ୍କୁ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଜମି ପ୍ରମାଣ ପତ୍ର ବଣ୍ଟନ କରିଛନ୍ତି। କଣ୍ଟାବାଞ୍ଜି ସହରରେ ବସବାସ କରୁଥିବା ଲୋକମାନେ ଦୀର୍ଘଦିନ ଧରି ଭୂମିହୀନ ଥିଲେ। ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।

କଣ୍ଟାବାଞ୍ଜି ସହରର ୨୩୬୧ ଜଣ ଚିହ୍ନଟ ଭୂମିହୀନ ବସ୍ତି ବାସିନ୍ଦାଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ କଣ୍ଟାବାଞ୍ଜି ଏନଏସି କାର୍ଯ୍ୟାଳୟର ସଭାଗୃହରେ ୧୫ ଜଣଙ୍କୁ ଜମି ପ୍ରମାଣ ପତ୍ର ବଣ୍ଟନ କରିଥିଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା। ଏହି ସମୟରେ ସମସ୍ତେ କୋଭିଡ୍ ଗାଇଡଲାଇନ୍ ପାଳନ କରି ମାକ୍ସ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରିଥିଲେ।

ଏହି ଜମି ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ଏନଏସିର ନିର୍ବାହୀ ଅଧିକାରୀ ସାମି ରେଡ୍ଡୀ ଜୟଶ୍ରୀ, ଏନଏସି କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଭୂମିହୀନଙ୍କୁ ଜମି ପ୍ରମାଣ ପତ୍ର ପ୍ରଦାନ କରାଯିବ ବୋଲି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି।

The post ଭୂମିହୀନ ବାସିନ୍ଦାଙ୍କୁ ଜମି ପ୍ରମାଣ ପତ୍ର ବାଣ୍ଟିଲେ ବିଧାୟକ appeared first on Odisha Reporter.



from Odisha Reporter https://ift.tt/341nH3o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages