ଖୁସି ଖବର! ସ୍ପୁଟନିକ ପରେ ଆଉ ଏକ ଟିକାକୁ ଅନୁମତି ଦେଲା ଋଷିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 14, 2020

ଖୁସି ଖବର! ସ୍ପୁଟନିକ ପରେ ଆଉ ଏକ ଟିକାକୁ ଅନୁମତି ଦେଲା ଋଷିଆ

ମୋସ୍କୋ: କରୋନା ଟିକା ତିଆରି କରିବାରେ ପଛେଇ ଯାଇଛି ଦୁନିଆର ସର୍ବଶକ୍ତିମାନ କୁହାଯାଉଥିବା ଆମେରିକା। ଚଳିତ ବର୍ଷ ଶେଷ ବେଳକୁ ଆମେରିକା କରୋନା ଟିକା ବାହାର କରିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହୁଛନ୍ତି। ହେଲେ ଏହାରି ଭିତରେ ଋଷିଆ ଆଉ ଏକ ଚକମା ଦେଇଛି। ସ୍ପୁଟନିକ ଭି ପରେ ଏପିଭାକକରୋନା ଟିକାକୁ ମଞ୍ଜୁରୀ ଦେଇଛି ଋଷିଆ। ଏ ନେଇ ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ସୂଚନା ଦେଇଛନ୍ତି। ତୃତୀୟ ଟିକ୍ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି ବୋଲି ସେ ଏହି ଅବସରରେ କହିଛନ୍ତି।

ଏପିଭାକ କରୋନା (EpiVacCorona) ଟିକାକୁ ଋଷିଆ ସରକାର ଅନୁମତି ଦେଇଛନ୍ତି। ସାଇବେରିଆରେ ଥିବା ଭେକ୍ଟର ସଂସ୍ଥା ଦ୍ୱାରା ବିକଶିତ ହୋଇଛି। ଗତମାସରେ ଏହି ଟିକାକୁ ମଣିଷଙ୍କ ଶରୀରରେ ପ୍ରୟୋଗ କରାଯାଇଥିଲା। ଏଯାବତ ଏହାର ଫଳାଫଳ ଆସିନାହିଁ। ଏବେ ଅଧିକରୁ ଅଧିକ ଲୋକଙ୍କ ଶରୀରରେ ପ୍ରୟୋଗ କରାଯିବ ବୋଲି ଜଣାପଡ଼ିଛି। ଯାହାକୁ ତୃତୀୟ ପର୍ଯ୍ୟାୟ ବୋଲି କୁହାଯାଏ। ପୁଟିନ୍ କହିଛନ୍ତି ଏବେ ଟିକା ଉତ୍ପାଦନକୁ ଆହୁରି ବଢ଼ାଇବାକୁ ହେବ। ଅନ୍ୟ ଦେଶ ସହିତ ତାଙ୍କ ସରକାର ଯୋଗାଯୋଗରେ ଅଛନ୍ତି। ଖୁବଶୀଘ୍ର ଟିକା ସମସ୍ତ ଦେଶକୁ ପଠାଯିବ ବୋଲି ସେ କହିଛନ୍ତି।

ତୃତୀୟ ପର୍ଯ୍ୟାୟରେ ପାଖାପାଖି ୩୦ ହଜାର ଲୋକଙ୍କ ଶରୀରରେ ଏହି ଟିକା ପ୍ରୟୋଗ କରାଯିବ ବୋଲି ଜଣାପଡ଼ିଛି। ୩୦ ହଜାର ଲୋକଙ୍କ ମଧ୍ୟରୁ ୫ ହଜାର ସାଇବେରିଆର ବୋଲି ଜଣାପଡ଼ିଛି।
ସେହିପରି ତୃତୀୟ ଟିକା ସେଣ୍ଟ ପିଟର୍ସବର୍ଗରେ ତିଆରି ହେଉଛି ବୋଲି ପୁଟିନ୍ କହିଛନ୍ତି। ଟିକା ପ୍ରସ୍ତୁତି ଶେଷ ହୋଇଛି। ଅକ୍ଟୋବର ୧୯ ବେଳକୁ ୩୦୦ ଲୋକଙ୍କ ଶରୀରରେ ଏହି ଟିକା ପ୍ରୟୋଗ ହେବ ବୋଲି ସେ କହିଛନ୍ତି।

ଏପିଭାକ କୋରୋନା ଟିକା ପେପ୍ଟାଇଡ୍ ଆଧାରିତ ଟିକା। ଏହି ଟିକା କେବଳ ଋଷିଆରେ ବ୍ୟବହାର ପାଇଁ ଲାଇସେନ୍ସ ପାଇଛି। ଏହା ଏକ ସିନ୍ଥେଟିକ୍ ଟିକା ବୋଲି ଜଣାପଡ଼ିଛି। ସ୍ପୁଟନିକ୍ ଭି ହେଉଛି ଋଷିଆର ପ୍ରଥମ ଟିକା। ଏହା ଆଡେନୋଭାଇରସ୍ ଭେକ୍ଟର ଉପରେ ଆଧାରିତ। ସ୍ପୁଟନିକ ଭି ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଋଷିଆକୁ ପ୍ରଶଂସା କରିଛି। ହାଇଦ୍ରାବାଦର ଡକ୍ଟର ରେଡ୍ଡୀ ନାମକ ଅଗ୍ରଣୀ ଫାର୍ମା କମ୍ପାନୀ ସ୍ପୁଟନିକ୍ ଭି ଆଣିବ ବୋଲି ଚୁକ୍ତି ହୋଇଛି।

The post ଖୁସି ଖବର! ସ୍ପୁଟନିକ ପରେ ଆଉ ଏକ ଟିକାକୁ ଅନୁମତି ଦେଲା ଋଷିଆ appeared first on Odisha Reporter.



from Odisha Reporter https://ift.tt/3nPof45

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages