ବିଶ୍ୱ ହାତ ଧୁଆ ଦିବସ: ହାତ କେତେବେଳେ ଧୋଇବା ଦରକାର ସମସ୍ତଙ୍କୁ ଜଣାନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 14, 2020

ବିଶ୍ୱ ହାତ ଧୁଆ ଦିବସ: ହାତ କେତେବେଳେ ଧୋଇବା ଦରକାର ସମସ୍ତଙ୍କୁ ଜଣାନ୍ତୁ

ଆଜି ଅକ୍ଟୋବର ୧୫। ପ୍ରତିବର୍ଷ ଏହି ତାରିଖକୁ ବିଶ୍ୱ ହାତଧୁଆ ଦିବସ ଭାବେ ପାଳନ କରାଯାଏ। ଚଳିତ ବର୍ଷ ଏହି ଦିବସର ଗୁରୁତ୍ୱ ଆହୁରି ବଢ଼ିଛି। କାରଣ ବିଶ୍ୱ ଏବେ କରୋନା ମହାମାରୀ କବଳରେ ରହିଛି। କରୋନା ମହାମାରୀ ବ୍ୟାପିବା ଦିନରୁ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ିଛି। କାରଣ ପରିଷ୍କାର ରହିଲେ ଅନେକ ରୋଗରୁ ମଣିଷ ନିରାପଦ ରହିପାରିବ। ଏବେ କରୋନାକୁ ନଜରରେ ରଖି ହାତ ଧୋଇବା ପ୍ରକ୍ରିୟା ମଧ୍ୟ ବଢ଼ିଛି। ଲୋକମାନେ ଏବେ ଅଧିକ ସଚେତନ ହୋଇଛନ୍ତି। ତେବେ ଛୋଟ ପିଲାମାନେ ସାଧାରତଃ ହାତ ଧୋଇବାକୁ ନେଇ ଏତେଟା ସଚେତନ ନୁହନ୍ତି। ତେବେ ଛୋଟ ପିଲାଙ୍କୁ ହାତ ଧୋଇବା ଶିଖାଇବା ଦରକାର।

  • ସାଙ୍ଗମାନଙ୍କ ସହିତ ଖେଳିବା ପରେ, ଯେତେବେଳେ ବି ଘରକୁ ଫେରିବେ, ହାତ ଧୋଇବା ଦରକାର।
  • ରୋଷେଇ ପୂର୍ବରୁ ଏବଂ ପରେ ହାତ ଧୋଇବା ଦରକାର।
  • ଅସୁସ୍ଥ ବ୍ୟକ୍ତିଙ୍କ ଯତ୍ନ ନେବା ପୂର୍ବରୁ ଏବଂ ପରେ ହାତ ଧୋଇବା ଦରକାର।
  • ଫଳ, ପନିପରିବା ଇତ୍ୟାଦି କାଟିବା ପୂର୍ବରୁ ଭଲ ଭାବରେ ହାତ ଧୋଇବା ଦରକାର।
  • ଯଦି ଆପଣଙ୍କ ଶରୀରରେ କ୍ଷତ ହୋଇଛି ମଲମ ଲଗାଇବା ପରେ ହାତ ଧୋଇବା ଦରକାର।
  • ଘରେ ଖାଲି ବସିଥିବା ବେଳେ ମଧ୍ୟ ଦିନକୁ ଅନେକ ଥର ଦୁଇ ଧର ହାତ ଧୋଇବା ଦରକାର।
  • ଘରେ ଅଳିଆ ସଫା କରିବା ପରେ ହାତ ଧୋଇବା ଦରକାର।
  • ମାଂସ, ମାଛ ଇତ୍ୟାଦି ସଫା କରିବା ପରେ ହାତ ଧୋଇବା ଦରକାର।
  • ଶୌଚାଳୟରୁ ଆସିବା ପରେ ହାତ ଧୋଇବା ନିହାତି ଦରକାର।
  • କାଶ, ଛିଙ୍କ ପରେ ହାତ ଧୋଇବା ଦରକାର।
  • ନାକ, କାନ ସଫା କରିବା ପରେ ମଧ୍ୟ ହାତ ଧୋଇବା ଦରକାର।
  • ଘରେ ଛୋଟ ଛୁଆକୁ ଧରିବା ପୂର୍ବରୁ ହାତ ଧୋଇବା ଦରକାର।

ହାତ ଧୋଇବାର ସଠିକ୍ ଉପାୟ?

  • ଅତିକମରେ ୨୦ ସେକେଣ୍ଡ ପାଇଁ ହାତ ଧୋଇବାକୁ ସୁନିଶ୍ଚିତ କରନ୍ତୁ।
  • ହାତ ଧୋଇବା ଭଲ ଏବଂ ନିରାପଦ, କିନ୍ତୁ କିଛି ସାବୁନରେ ହାତ ଧୋଇବା ଠିକ୍। କାରଣ ଅଧିକାଂଶ ସାବୁନ୍ ସୁଗନ୍ଧ ପାଇଁ ଆସୁଛି।
  • ସାବୁନ ଲଗାଇବା ପୂର୍ବରୁ ହାତକୁ ପାଣିରେ ଓଦା କରିବା ଦରକାର ଏହାପରେ ହାତରେ ସାବୁନ ଭଲ ଭାବରେ ଲଗାଇବା ଦରକାର। ୨୦ ସେକେଣ୍ଡ ଦୁଇ ହାତକୁ ପରସ୍ପର ସହିତ ଘଷି ଧୋଇବା ଦରକାର। ଏହାପରେ ଧୋଇବା ଦରକାର।
  • ହାତ ଧୋଇବା ପାଇଁ ଆଲକହଲିକ୍ ସାନିଟାଇଜର ବ୍ୟବହାର କରାଯାଇପାରିବ।

The post ବିଶ୍ୱ ହାତ ଧୁଆ ଦିବସ: ହାତ କେତେବେଳେ ଧୋଇବା ଦରକାର ସମସ୍ତଙ୍କୁ ଜଣାନ୍ତୁ appeared first on Odisha Reporter.



from Odisha Reporter https://ift.tt/3lOK2ao

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages