ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୁସାରେ ୨୪ ଘଣ୍ଟାରେ ୩୬,୪୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଜୁଲାଇ ୧୮ ପରଠାରୁ ରେକର୍ଡ ହୋଇଥିବା ଏହା ହେଉଛି ସବୁଠାରୁ କମ୍ ସଂକ୍ରମିତଙ୍କ ସଂଖ୍ୟା। ଜୁଲାଇ ୧୮ରେ ୩୪,୮୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
ସୂଚନାଯୋଗ୍ୟ, ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୯,୪୬,୪୨୯ରେ ପହଞ୍ଚିଛି। ଏପଟେ ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣରେ ୪୮୮ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୧,୧୯,୫୦୨ ଜଣଙ୍କ କୋଭିଡ୍ ସଂକ୍ରମଣରେ ମୃତ୍ୟୁ ଘଟିଛି।
କୋଭିଡ୍-୧୯ ମହାମାରୀକୁ ହରାଇ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି, ଯାହା ଏକ ପ୍ରକାର ଆଶ୍ୱସ୍ତିର ବିଷୟ। ସ୍ୱାସ୍ଥ୍ୟ ମନ୍ତ୍ରାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ୬୩,୮୨୪ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ୭୨,୦୧,୦୭୦ ଜଣ ସଂକ୍ରମିତ କୋଭିଡ୍ ମହାମାରୀକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି।
ଅନ୍ୟପଟେ କରୋନା ଆକ୍ଟିଭ୍ କେସ୍ ମଧ୍ୟ ଅଗଷ୍ଟ ୮ ପରଠାରୁ କମ୍ ରହିଛି। ଦେଶରେ ବର୍ତ୍ତମାନ ୬,୨୫,୮୫୭ ଜଣ ସଂକ୍ରମିତ ଆକ୍ଟିଭ୍ ଷ୍ଟେଜରେ ଅଛନ୍ତି। ଅର୍ଥାତ୍ ଏମାନେ ହୋମ ଆଇସୋଲେସନ କିମ୍ବା କୋଭିଡ୍ ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି।
The post ୨୪ ଘଣ୍ଟାରେ ସୁସ୍ଥ ହେଲେ ୬୩,୮୨୪ ସଂକ୍ରମିତ appeared first on Odisha Reporter.
from Odisha Reporter https://ift.tt/2TuQh7a
No comments:
Post a Comment