ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ ନୂଆ କରୋନା ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 26, 2020

ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୨୪୭ ଜଣ  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୨୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ଅବଶିଷ୍ଟ ୫୧୮ ଲୋକାଲ୍‌ କଣ୍ଟାକ୍ଟ କେସ୍‌। ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇଛି।

ଅନୁଗୋଳରୁ ୬୯, ବାଲେଶ୍ୱରରୁ ୨୩, ବରଗଡ଼ରୁ ୩୨, ଭଦ୍ରକରୁ ୭, ବଲାଙ୍ଗିରରୁ ୬୮, ବୌଦ୍ଧରୁ ୩୭, କଟକରୁ ୧୦୫, ଦେବଗଡ଼ରୁ ୧୬, ଢେଙ୍କାନାଳରୁ ୪୦, ଗଂଜାମରୁ ୧୭, ଜଗତସିଂହପୁରରୁ ୫୪, ଯାଜପୁରରୁ ୩୨, ଝାରସୁଗୁଡ଼ାରୁ ୩୫, କଳାହାଣ୍ଡିରୁ ୪୦, କନ୍ଧମାଳରୁ ୧୧, କେନ୍ଦ୍ରାପଡ଼ାରୁ ୪୯, କେନ୍ଦୁଝରରୁ ୪୧, ଖୋର୍ଦ୍ଧାରୁ ୨୦୬, କୋରାପୁଟରୁ ୨୬, ମାଲକାନଗିରିରୁ ୧୧, ମୟୂରଭଂଜରୁ ୭୧, ନବରଙ୍ଗପୁରରୁ ୧୨, ନୟାଗଡ଼ରୁ ୧୪, ନୂଆପଡ଼ାରୁ ୩୮, ପୁରୀରୁ ୨୨, ରାୟଗଡ଼ାରୁ ୪, ସମ୍ବଲପୁରରୁ ୨୪, ସୋନପୁରରୁ ୧୮, ସୁନ୍ଦରଗଡ଼ରୁ ୯୬, ଷ୍ଟେଟ୍‌ ପୁଲରୁ ୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ୨୮୩୯୪୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୨୭୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୬୬୧୦୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୬୫୧୨ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ ଚିକିତ୍ସିତ ଓ ହୋମ୍‌ ଆଇସୋଲେସନ୍‌ରେ ଚିକିତ୍ସିତ ହେଉଛନ୍ତି। ୫୩ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

The post ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ ନୂଆ କରୋନା ଆକ୍ରାନ୍ତ appeared first on Odisha Reporter.



from Odisha Reporter https://ift.tt/2G1zGEK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages