ପୁରୀ (ଓଡ଼ିଶା ରିପୋର୍ଟର): ଆଜି ଶ୍ରୀକ୍ଷେତ୍ରରେ ଗୋଷାଣୀ ଭସାଣ ଉତ୍ସବ। ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ପ୍ରସ୍ତୁତି। ଚଳିତ ବର୍ଷ କୋଭିଡ୍ କଟକଣା ଭିତରେ ହେବ ଗୋଷାଣୀ ଭସାଣ ଉତ୍ସବ। ଆଜି ଦିନ ୧୦ଟାରୁ ମରିଚି କୋଟ ଛକଠାରୁ ସିଂହଦ୍ୱାର ଏବଂ ଶ୍ରୀମନ୍ଦିର ଚାରିପାଖରେ ୧୪୪ ଧାରା ଲାଗୁ କରାଯିବ। ଗୋଷାଣୀଙ୍କ ସହ ମାତ୍ର ୭ ଜଣଙ୍କୁ ଅନୁମତି ଦେଇଛି ପ୍ରଶାସନ। ସେମାନଙ୍କୁ ପରିଚୟପତ୍ର ଦିଆଯାଇଛି।
ଶ୍ରୀକ୍ଷେତ୍ରର ପ୍ରମୁଖ ସାତ ସାହି ଓ ଆଖଡା ଦ୍ୱାରା ହେଉଥିବା ୪୦ରୁ ଅଧିକ ଗୋଷାଣୀ ସିଂହଦ୍ୱାରକୁ ଭସାଣ ଶୋଭାଯାତ୍ରାରେ ଆସିବା ସମୟରେ ବାଜା ବାଜିବନି କି ଆଲୋକ ଲାଗିବନି। ଏଭଳିକି ବଡଦାଣ୍ଡକୁ କେହି ଆସିବେନି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଓ ରାଜ୍ୟ ସରକାରଙ୍କ ପରାମର୍ଶ ଅନୁଯାୟ କୋଭିଡ ୧୯ କଟକଣାକୁ ସମ୍ପୂର୍ଣ୍ଣ ପାଳନ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।
The post ଏହି କାରଣରୁ ଶ୍ରୀମନ୍ଦିର ଚାରିପାଖରେ ଲାଗୁହେବ ୧୪୪ ଧାରା appeared first on Odisha Reporter.
from Odisha Reporter https://ift.tt/3ovXZfC
No comments:
Post a Comment