ଚେନ୍ନାଇ: ସାରା ଦେଶ ଶୀତକୁ ଅନୁଭବ କରିବା ଆରମ୍ଭ କରିଥିବା ବେଳେ ଏହାର ବ୍ୟତିକ୍ରମ କିନ୍ତୁ ଦେଶର ଦକ୍ଷିଣ ଭାଗରେ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଘଡ଼ଘଡି, ବିଜୁଳି ସହିତ ପ୍ରବଳ ବର୍ଷା ତାମିଲନାଡୁର ରାଜଧାନୀ ଚେନ୍ନାଇକୁ ଭିଜାଇଛି। ପ୍ରବଳ ବର୍ଷାର ପ୍ରଭାବରେ ସକାଳୁ ସକାଳୁ ରାସ୍ତାରେ ପାଣି ଚାଲିଥିବା ଦେଖିବାକୁ ମିଳିଛି।
ବୁଧବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଥିଲା ଯେ ତାମିଲନାଡୁ ଏବଂ କେରଳ ସମେତ କିଛି ସ୍ଥାନରେ ଉତ୍ତର-ପୂର୍ବ ମୌସୁମୀର ପ୍ରଭାବ ଦେଖିବାକୁ ମିଳିବ। ଏଥିସହିତ ଚେନ୍ନାଇ ଉପରେ ମେଘୁଆ ଆକାଶ ଏବଂ ହାଲୁକା ରୁ ମଧ୍ୟମ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
The post ସକାଳୁ ସକାଳୁ ବାଦଲ ଫଟା ବର୍ଷା, ରାସ୍ତାରେ ପାଣି appeared first on Odisha Reporter.
from Odisha Reporter https://ift.tt/2JhBQBu
No comments:
Post a Comment