ଗୁରୁଗ୍ରାମ: ସବୁ ସୀମା ସରହଦ ଟପିଲା ମଣିଷ। ଚିକିତ୍ସା ଆଳରେ କୁତ୍ସିତ କରାନାମାର ଅଭିଯୋଗ ଆସିଛି ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ନାମରେ। ଜଣେ ୨୧ ବର୍ଷୀୟ ଯୁବତୀ ଆଇସିୟୁ ବେଡରେ ଥିବାବେଳେ ଏକ ଘରୋଇ ହସ୍ପିଟାଲର ଜଣେ ସ୍ୱାସ୍ଥ୍ୟ କର୍ମୀ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କ ତାଙ୍କ ବାପାଙ୍କୁ ଲେଖିଥିବା ଚିଠିରେ ଏଭଳି କିଛି କହିଛନ୍ତି। ନିଶ୍ୱାସ ପ୍ରଶ୍ୱାସ ନେବା ପରେ ଅଡୁଆ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
‘ହିନ୍ଦୁସ୍ତାନ ଟାଇମ୍ସର’ ରିପୋର୍ଟ ଅନୁଯାୟୀ, ଗୁରୁଗ୍ରାମର ସେକ୍ଟର ୪୪ ସ୍ଥିତ ଫୋର୍ଟିସ୍ ହସ୍ପିଟାଲରେ ଜଣେ ୨୧ ବର୍ଷ ବୟସ୍କ ଯକ୍ଷ୍ମା ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ଦିନ ଯୁବତୀଙ୍କ ଚେତା ଫେରିଥିଲା। ଏହାପରେ ତାଙ୍କ ବାପାଙ୍କୁ ଏକ ଚିଠିରେ ସବୁ ଲେଖି ଜଣାଇଥିଲେ। ଏହାପରେ ପରିବାର ଲୋକେ ପୁଲିସରେ ଖବର ଦେଇ ମାମଲା ରୁଜୁ କରିଥିଲେ।
ଅକ୍ଟୋବର ୨୧ରେ ଯୁବତୀ ଜଣଙ୍କ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଅକ୍ଟୋବର ୨୭ରେ ତାଙ୍କର ଚେତା ଫେରିଥିଲା। ଏହି ସମୟରେ ତାଙ୍କ ସହିତ ଦୁଷ୍କର୍ମ ହୋଇଥିବା ପୁଲିସ ସନ୍ଦେହ କରୁଛି। ପୀଡିତା ଏବେବି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ପୁଲିସ ଏବେ ଅଭିଯୁକ୍ତକୁ ଚିହ୍ନଟ କରିଛି। ହେଲେ ଖବର ଲେଖା ହେବା ସୁଦ୍ଧା ଗିରଫ କରାଯାଇ ନାହିଁ। ଦୁଷ୍କର୍ମକାରୀ ଜଣେ ହସ୍ପିଟାଲର ବାହାରର। ସେ ଅନ୍ୟ କମ୍ପାନୀ ଦ୍ୱାରା ନିୟୋଜିତ ହୋଇ ହସ୍ପିଟାଲରେ କାମ କରୁଥିଲା ବୋଲି ଜଣାପଡ଼ିଛି। ପୁଲିସ ସିସିଟିଭି ଫୁଟେଜକୁ ଆଧାର କରି ଆଇସିୟୁରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ପଚରାଉଚରା କରିଛି।
ଅସୁସ୍ଥତା ପାଇଁ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସମ୍ଭବ ହୋଇପାରିନି। ଯେଉଁ ଦିନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେହିଦିନ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ପୀଡିତାଙ୍କ ବାପାଙ୍କ ଅଭିଯୋଗ ଉପରେ ଡାକ୍ତରଖାନାର ଆଭ୍ୟନ୍ତରୀଣ କମିଟି ତଦନ୍ତ କରୁଛି। ପୀଡିତାଙ୍କୁ ଡାକ୍ତରଖାନାରେ ପୁଲିସ ସୁରକ୍ଷା ଦେଇଛି।
The post ଆଇସିୟୁରେ ଯୁବତୀଙ୍କ ସହ ଦୁଷ୍କର୍ମ ଅଭିଯୋଗ appeared first on Odisha Reporter.
from Odisha Reporter https://ift.tt/3kyLFZv
No comments:
Post a Comment