ନ୍ୟୁୟର୍କ: ଜଣେ ଆତ୍ମଘୋଷିତ ବାବା ମହିଳାଙ୍କୁ ନିଜ ଅଧୀନକୁ ଆଣି କିଭଳି ସେକ୍ସ ରାକେଟ ଚଳାଉଥିଲା ତାର ପ୍ରମାଣ ମିଳିଛ। ପ୍ରମାଣ ମିଳିବା ଯେତିକି ଆଲୋଚନାର ବିଷୟବସ୍ତୁ ନୁହେଁ ବରଂ କୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ଦଣ୍ଡାଦେଶ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। କାରଣ କୋର୍ଟ ଏହି ଆତ୍ମଘୋଷିତ ବାବାକୁ ୧୨୦ କୋଟି ଟଙ୍କାର ଜୋରିମାନା ସହିତ ୧୨୦ ବର୍ଷ ଜେଲଦଣ୍ଡା ଦେଇଛନ୍ତି।
ଆମେରିକାର ନ୍ୟୁୟର୍କ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି। ଆତ୍ମଘୋଷିତ ବାବା ହେଲେ କିଥ୍ ରେନର। ଏହି ବ୍ୟକ୍ତି ଜଣକ ତାଙ୍କ ଅନୁଗାମୀମାନଙ୍କୁ ଯୌନ ଶୋଷଣ କରୁଥିଲେ। କିଟ୍ ରେନର୍ Nxivm ନାମକ ଏକ ସଂସ୍ଥା ପରିଚାଳନା କରୁଥିଲେ ବୋଲି ଜଣାପଡ଼ିଛି।
ଆମେରିକାର ଧନୀ ଏବଂ ସେଲିବ୍ରିଟି ଲୋକମାନେ ଏହି ଆତ୍ମ ଘୋଷିତ ବାବାଙ୍କର ଶିଷ୍ୟ ଥିଲେ। ଷାଠିଏ ବର୍ଷ ବୟସ୍କା କିଥ୍ ରେନର୍ ନିଜର ଅନୁଗାମୀଙ୍କୁ ନିଜ ଜାଲରେ ଫସାଇ ରଖୁଥିଲେ। ଏହି ଅନୁଗାମୀମାନଙ୍କ ମଧ୍ୟରୁ କେତେକ ଆର୍ଥିକ ଶୋଷଣର ଶିକାର ମଧ୍ୟ ହୋଇଛନ୍ତି।
ଯୌନ ଶୋଷଣର ଶିକାର ହେଉଥିବା ମହିଳାମାନେ କିଥ୍ ରେନରଙ୍କ ଏକ ଗ୍ରୁପରେ ସାମିଲ୍ ଥିଲେ। ଯେଉଁଥିରେ ମହିଳା ଅନୁଗାମୀ ମାନଙ୍କୁ ଯୌନ ଶୋଷଣ କାମରେ ନିୟୋଜିତ ହେଉଥିଲେ। ଆଉ କିଏ କେଉଁଠିକି ଯିବ ଏ ସମସ୍ତ କାମ ରିଙ୍ଗ୍ ମାଷ୍ଟର ରେନରଙ୍କ ଇସାରାରେ ହେଉଥିଲା ବୋଲି ଜଣାପଡ଼ିଛି।
ଅନୁଗାମୀ ମହିଳାମାନେ ରେନର ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ ହେଉଥିଲେ, କେବଳ ସେତିକି ନୁହେଁ, ସେମାନଙ୍କର ବ୍ୟକ୍ତିଗତ ସୂଚନା ଏବଂ ଅନ୍ତରଙ୍ଗ ଫଟୋ ମଧ୍ୟ ଶେୟାର କରିବାକୁ ବାଧ୍ୟ କରାଯାଉଥିଲା। ରେନର୍ ସେକ୍ସ ରାକେଟ୍, ଯୌନ ନିର୍ଯାତନା, ଚୋରୀ, ଅପରାଧିକ ଷଡଯନ୍ତ୍ର ଆଦି ମାମଲାରେ ନ୍ୟୁୟର୍କ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
The post ଯୌନ ନିର୍ଯାତନା ମାମଲାରେ ୧୨୦ କୋଟି ଜୋରିମାନା ଗଣିବେ ବାବା, ଜେଲରେ ରହିବେ ୧୨୦ ବର୍ଷ appeared first on Odisha Reporter.
from Odisha Reporter https://ift.tt/3jGGplc
No comments:
Post a Comment