ବିଧାନସଭା ଉପନିର୍ବାଚନ; ଡୋର୍ ଟୁ ଡୋର କ୍ୟାମ୍ପେନ୍ କରୁଛନ୍ତି ତିନି ପ୍ରମୁଖ ଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 14, 2020

ବିଧାନସଭା ଉପନିର୍ବାଚନ; ଡୋର୍ ଟୁ ଡୋର କ୍ୟାମ୍ପେନ୍ କରୁଛନ୍ତି ତିନି ପ୍ରମୁଖ ଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ଉପନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର। ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଏବଂ ବିଜେଡି ଡୋର୍ ଟୁ ଡୋର କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି। ତିର୍ତ୍ତୋଲର ରଘୁନାଥପୁରରେ ବିଜେପିର ଏକ ନିର୍ବାଚନୀ କାର୍ଯ୍ୟାଳୟ ଉଦ୍‌ଘାଟନ   ହୋଇଛି। ଲୋକଙ୍କୁ ବିକାଶର ନାରା ଦେଇ ନିର୍ବାଚନ ଲଢ଼ିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା।

ସେହିପରି କଂଗ୍ରେସ ବି ଜୋରସୋର ପ୍ରଚାର କରୁଛି। ଦଳୀୟ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ଯାଇ କ୍ୟାମ୍ପେନିଂ କରୁଛନ୍ତି। ପ୍ରଚାର ମୈଦାନରେ ସାମିଲ ହୋଇଛନ୍ତି ରାଜ୍ୟ ପ୍ରଭାରୀ ବରିଷ୍ଠ ନେତା ଚେଲାକୁମାର।

ସେହିଭଳି ରଘୁନାଥପୁର ବ୍ଲକର ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ। ଦଳ ପକ୍ଷରୁ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା, ରଘୁନନ୍ଦନ ଦାସ, ସଞ୍ଜୟ ଦାସ ବର୍ମାଙ୍କ ସମେତ ବହୁ ବରିଷ୍ଠ ନେତା। ଲୋକଙ୍କ ପାଖରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି।

ତେବେ ପ୍ରଚାର ରେସ୍‌ରେ ପଛରେ ପଡ଼ିନି ବାମ ଦଳ। ସିପିଆଇ ପ୍ରାର୍ଥୀ ବିଜୟ କୁମାର ଭୋଇ ବି ଘରକୁ ଘର ଯାଇ ପ୍ରଚାର କରୁଛନ୍ତି ।

The post ବିଧାନସଭା ଉପନିର୍ବାଚନ; ଡୋର୍ ଟୁ ଡୋର କ୍ୟାମ୍ପେନ୍ କରୁଛନ୍ତି ତିନି ପ୍ରମୁଖ ଦଳ appeared first on Odisha Reporter.



from Odisha Reporter https://ift.tt/3796R4C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages