କାମାକ୍ଷାନଗର(ଓଡିଶା ରିପୋର୍ଟର): ଜଙ୍ଗଲକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଜୀବନ ହାରିଲେ ମହିଳା। ଏହି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଗାଁରେ। ମୃତକ ହେଲେ ମାଧବ ସାହୁଙ୍କ ସ୍ତ୍ରୀ ନେତ୍ରମଣି ସାହୁ।
ଆଜି ଭୋର୍ ସମୟରେ ନେତ୍ରମଣି ଘରୁ ବାହାରି ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ନେତ୍ରମଣିଙ୍କୁ ଶୁଣ୍ଢରେ ଟେକି ନେଇ କଚାଡ଼ି ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
ସୂଚନାଯୋଗ୍ୟ, ଗତ ମାସ ୨୫ ତାରିଖରେ ମୁକ୍ତାପିଶି ଫରେଷ୍ଟ ସେକ୍ସନ୍ ପଥରଖମ୍ଭ ଗାଁରେ ବିଦ୍ୟୁତ ଆଘାତରେ ଗୋଟିଏର ହାତୀ ମୃତ୍ୟୁ ହୋଇଥିଲା । ଏବେ ହାତୀ ଆକ୍ରମଣରେ ଜଣେ ମହିଳା ଜୀବନ ହାରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ଏମିତି ଦୁଃଖଦାୟକ ଘଟଣା ଘଟୁଛି। ହାତୀ ମଣିଷ ମୁହାଁମୁହିଁରେ କେତେବେଳେ ହାତୀ ମରୁଛି ତ କେତେବେଳେ ମଣିଷର ଜୀବନ ଯାଉଛି। ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରୁଥିଲେ ମଧ୍ୟ ବନ ବିଭାଗ କିଛି କରୁନଥିବା ଅଭିଯୋଗ ହେଉଛି ।
The post ହାତୀ ହାବୁଡ଼ରେ ପଡ଼ିଗଲେ ମହିଳା appeared first on Odisha Reporter.
from Odisha Reporter https://ift.tt/36sqYdn
No comments:
Post a Comment