ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଏବେ ନିଶା କାରବାରର ପେଣ୍ଠସ୍ଥଳ ପାଲଟିଯାଇଛି । ଆଜି ଗୋଟିଏ ଦିନରେ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଓ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଭୁବନେଶ୍ୱର-ଖୋର୍ଦ୍ଧା ରୋଡ୍ ଗୋଡ଼ିପଡ଼ା ଟୋଲ୍ଗେଟ୍ ନିକଟରୁ ଜବତ ହୋଇଛି ୭ କୁଇଣ୍ଟାଲ ଗଞ୍ଜେଇ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ । ଏକ ଟ୍ରକ୍ରେ ନଡ଼ିଆ କତା ଭିତରେ ଲୁଚାଇ ଏହି ଗଞ୍ଜେଇ ଚାଲାଣ କରାଯାଉଥିଲା । ଆନ୍ଧ୍ରରୁ ଭାୟା ଭୁବନେଶ୍ୱର ଦେଇ ବାଲେଶ୍ୱର ଯିବାବେଳେ ଗଞ୍ଜେଇ ଭର୍ତ୍ତି ଟ୍ରକ ଧରାପଡ଼ିଥିଲା। ଜଣେ ଅଭିଯୁକ୍ତକୁ ଗିରଫ କରି ଟ୍ରକ୍ ଜବତ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ।
ସେହିପରି ଭୁବନେଶ୍ୱର ଉପକଣ୍ଠ ପାହାଳରୁ ୩୦ ଲକ୍ଷ ଟଙ୍କାର ବ୍ରାଉନ୍ସୁଗର ଜବତ ହୋଇଛି । ଜଳେଶ୍ୱର ଓ ଭୁବନେଶ୍ୱରର ବେପାରୀଙ୍କୁ ପିଛା କରି ପାହାଳ ନିକଟରୁ ୩୦୦ ଗ୍ରାମର ବ୍ରାଉନ୍ସୁଗର ଧରିଲା QAT ଟିମ୍ ।
The post ରାଜଧାନୀ ଏବେ ନିଶା କାରବାରର ହବ୍; ଦିନକରେ ଜବତ ହେଲା ଗଞ୍ଜେଇ, ବ୍ରାଉନସୁଗର appeared first on Odisha Reporter.
from Odisha Reporter https://ift.tt/34hWp7L
No comments:
Post a Comment