ଜଳେଶ୍ୱର(ଅଜିତ ଦାସ): ବିପଦ ସଙ୍କେତ ଟପିଲା ଜଳକା ନଦୀ । ବାଲେଶ୍ୱର ଜିଲ୍ଲା ବସ୍ତାର ମଥାନୀଠାରେ ବିପଦ ସଙ୍କେତ ଟପିଛି ଜଳକା ନଦୀ । ଲଘୁଚାପଜନିତ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି ।
ନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁଁ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ଜଳସ୍ତର ବଢୁଛି। ଯଦି ଏଭଳି ଭାବରେ ବର୍ଷା ଲାଗିରହେ, ତେବେ ବସ୍ତା ବ୍ଳକ୍ର ୧୦ଟି ପଞ୍ଚାୟତ ଏବଂ ସଦର ବ୍ଳକ୍ ର ୨ଟି ପଞ୍ଚାୟତରେ ବନ୍ୟା ହେବାର ଆଶଙ୍କା ରହିଛି ।
The post ବିପଦ ସଙ୍କେତ ଟପିଲା ଜଳକା ନଦୀ appeared first on Odisha Reporter.
from Odisha Reporter https://ift.tt/2SmTGo4
No comments:
Post a Comment