ତିର୍ତ୍ତୋଲ୍ ଉପନିର୍ବାଚନରେ ମୁତୟନ ହେବେ ୨୧ ପ୍ଲାଟୁନ୍ ଫୋର୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 30, 2020

ତିର୍ତ୍ତୋଲ୍ ଉପନିର୍ବାଚନରେ ମୁତୟନ ହେବେ ୨୧ ପ୍ଲାଟୁନ୍ ଫୋର୍ସ

ତିର୍ତ୍ତୋଲ (ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଇନ ଶୃଙ୍ଖଳା ସ୍ଥିତିକୁ ପରଖିଛନ୍ତି ପୁଲିସ୍ ଡିଜି ଅଭୟ। ସେ ଜଗତସିଂହପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପୁଲିଂ ବୁଥକୁ ତିନି ସ୍ତରରେ ବିଭକ୍ତ କରାଯାଇଛି। ଏହାକୁ ଅଣ ସମ୍ବେଦନଶୀଳ, ସମ୍ବେଦନଶୀଳ, ଅତି ସମ୍ବେଦନଶୀଳ ଭାବେ ଭାଗ କରାଯାଇଛି।

କଡ଼ା ସୁରକ୍ଷା ମଧ୍ୟରେ ସମ୍ବେଦନଶୀଳ, ଅତି ସମ୍ବେଦନଶୀଳ ବୁଥରେ ଫୋର୍ସ ମୁତୟନ କରାଯିବ। ୨୧ ପ୍ଲାଟୁନ୍ ଫୋର୍ସ, ୩ ଫ୍ଲାଟୁନ୍ ସେଣ୍ଟ୍ରାଲ ଫୋର୍ସ, ଏସପି ସ୍ତରୀୟ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଏହାସହ ଫ୍ଲାଇଙ୍ଗ ସ୍କ୍ୱାର୍ଡକୁ ବି ସଜାଗ ରଖାଯାଇଛି।

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀଙ୍କୁ ଚିହ୍ନଟ କରାଯିବା ସହ ୭୫ ୱେରେଣ୍ଟିଙ୍କୁ ଜେଲ୍ ପଠାଯାଇଛି। ଏସବୁ ପରିସ୍ଥିତିକୁ ପରଖିଛନ୍ତି ଡିଜିପି। ଏହି ବୈଠକରେ ଆଇନ ଶୃଙ୍ଖଳା ଏଡିଜି ଯଶୋବନ୍ତ। ଜେଠୱା, ଗୁଇନ୍ଦା ମୁଖ୍ୟ, ଜଗତସିଂହପୁର ଏସପିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ସାମିଲ ଥିଲେ।

ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବର ୩ ତାରିଖରେ ରାଜ୍ୟରେ ଦୁଇଟି ବିଧାନସଭା ଆସନ ଯଥା ବାଲେଶ୍ୱର ଓ ତିର୍ତ୍ତୋଲରେ ଉପନିର୍ବାଚନ ହେବ।

The post ତିର୍ତ୍ତୋଲ୍ ଉପନିର୍ବାଚନରେ ମୁତୟନ ହେବେ ୨୧ ପ୍ଲାଟୁନ୍ ଫୋର୍ସ appeared first on Odisha Reporter.



from Odisha Reporter https://ift.tt/37UATsY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages