ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ବଢ଼ି ଚାଲିଛି ଆତଙ୍କରାଜ। କେଉଁଠି ଦିନ ଦ୍ୱିପ୍ରହରରେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ଦୁର୍ବୃତ୍ତ ହାଣୁଛି ତ କେଉଁଠି ଖଣ୍ଡା ବୁଲାଇ ମାରିଦେବାକୁ ଧମକ ଦେଉଛି।
କିଛି ଦିନ ପୂର୍ବେ ରାଜଧାନୀ ରାଜରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଜଣେ ମିଠା ଦୋକାନୀଙ୍କୁ ଖଣ୍ଡାରେ ହାଣିବା ପରେ ପୁଣି ଏପରି ଏକ ଘଟଣା ସାମନାକୁ ଆସିଛି। ଏଥର ଜଣେ ବ୍ୟକ୍ତିଙ୍କ ଘର ବାହାରେ ଖଣ୍ଡା ବୁଲାଇ ଦୁର୍ବୃତ୍ତ ଧମକ ଚମକ ଦେଇଥିବା ନେଇ ଅଭିଯୋଗ ହୋଇଛି । ଭୁବନେଶ୍ୱର ଶାସ୍ତ୍ରୀନଗର ଅଞ୍ଚଳରେ ଦୁର୍ବୃତ୍ତଙ୍କ ଏପରି ଆତଙ୍କରାଜ ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ମୁତାବକ, ଦୁର୍ବୃତ୍ତଜଣକ ଶାସ୍ତ୍ରୀନଗରର ଜଣେ ବ୍ୟକ୍ତିଙ୍କ ଘର ବାହାରେ ଖଣ୍ଡା ବୁଲାଇ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି । ଘରୁ ପଦାକୁ ବାହାରିଲେ ପରିବାର ଲୋକଙ୍କୁ ହତ୍ୟା କରିଦେବାକୁ ଧମକ ମଧ୍ୟ ଦେଇଛି ଦୁର୍ବୃତ୍ତ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଖାରବେଳ ନଗର ଥାନା ପୁଲିସ୍। ଆତଙ୍କରାଜ ପରେ ଦୁର୍ବୃତ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।
ଆତଙ୍କରାଜର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବାରୁ ସେହି ଆଧାରରେ ପୁଲିସ୍ ନିଜ ତଦନ୍ତ ଆଗକୁ ବଢାଇଛି ।
The post ରାଜଧାନୀରେ ପୁଣି ବୁଲିଲା ଖଣ୍ଡା appeared first on Odisha Reporter.
from Odisha Reporter https://ift.tt/2HaQxVI
No comments:
Post a Comment