ଶ୍ରୀନଗର: ପାକିସ୍ତାନ ସହ ସୀମାରେ ଗୁଳି ବିନିୟମ ଚାଲିଥିଲେ ହେଁ ଭାରତୀୟ ସେନା ମାନବିକତାର ପ୍ରମାଣ ଦେଖାଇଛି। ଜମ୍ମୁ-କଶ୍ମୀରର ନୌଗାମ ଠାରେ ପାକିସ୍ତାନର ଜଣେ ସେନାଧିକାରୀଙ୍କ କବର ରହିଛି। ଏହା ରକ୍ଷାଣବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଥିଲା। ହେଲେ ଭାରତୀୟ ସେନା ସବୁ କିଛି ଭୁଲି ଉକ୍ତ କବରକୁ ଭଲ ଭାବେ ସଜାଇ ନିଜ ମହାନତାର ପ୍ରମାଣ ଦେଇଛନ୍ତି।
ଶ୍ରୀନଗରେ ଥିବା ଚିନାର କ୍ରପ୍ସ ଉକ୍ତ କବର ପାଖରେ ଥିବା ଫଳକର ଫଟୋ ଟ୍ୱିଟ କରିଛି। ଏଥିରେ ଲେଖାଯାଇଛି ଯେ ପାକିସ୍ତାନ ସେନାର ସୀତାରା-ଇ-ଜୁରତର ମେଜର ମହମ୍ମଦ ଶବିର ଖାନଙ୍କ ସ୍ମୃତିରେ ଏହା କରାଯାଉଛି। ସେ ୧୯୭୨ ମେ’ ୫ରେ ନୌଗାମ ସେକ୍ଟର୍ରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଥିଲେ।
In keeping with the traditions & ethos of the #IndianArmy, #ChinarCorps resuscitated a damaged grave of Major Mohd Shabir Khan, Sitara-e-Jurrat, Pakistan Army, who was Killed in Action (KIA) at a forward location along LC in Naugam Sector on 05 May 1972.#Kashmir@adgpi pic.twitter.com/EjbFQSn9Iq
— Chinar Corps🍁 – Indian Army (@ChinarcorpsIA) October 15, 2020
ଦେଶ ଦେଶ ମଧ୍ୟରେ ବିବାଦ ରହିଥିଲେ ମଧ୍ୟ ସେ ଜଣେ ସୈନ୍ୟ। ମୃତ୍ୟୁ ପରେ ତାଙ୍କୁ ଉପଯୁକ୍ତ ସମ୍ମାନ ମିଳିବା ଦରକାର। ଭାରତୀୟ ଆର୍ମି ସର୍ବାଦ ଏହି କଥାରେ ବିଶ୍ୱାସ କରେ। ଭାରତୀୟ ଆର୍ମି ସାରା ବିଶ୍ୱ ପାଇଁ ଏକ ଉଦାହରଣ।
ଏହି କବରଟି ନୌଗାମରେ ଥିବା ବେଳେ ଏହା ନଷ୍ଟ ଅବସ୍ଥାରେ ରହିଥିଲା। ତେଣୁ ଭାରତୀୟ ସେନା ଏଭଳି ପଦକ୍ଷେପ ନେଇଛି।
In keeping with the traditions & ethos of the #IndianArmy, #ChinarCorps resuscitated a damaged grave of Major Mohd Shabir Khan, Sitara-e-Jurrat, Pakistan Army, who was Killed in Action (KIA) at a forward location along LC in Naugam Sector on 05 May 1972.#Kashmir@adgpi pic.twitter.com/EjbFQSn9Iq
— Chinar Corps🍁 – Indian Army (@ChinarcorpsIA) October 15, 2020
The post ଭାରତୀୟ ଆର୍ମିର ମହାନତା: ନଷ୍ଟ ହୋଇଯାଇଥିବା ପାକ୍ ଅଧିକାରୀଙ୍କ କବରକୁ ସଜାଇଲେ appeared first on Odisha Reporter.
from Odisha Reporter https://ift.tt/3duq7dX
No comments:
Post a Comment